ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ

ଡେସ୍କ: ଦେଶରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର ଭାରତରେ ଦିନ ତାପମାତ୍ରା ୩୫ରୁ ୪୦ ଡିଗ୍ରୀରେ ପହଂଚିଲାଣି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଗ୍ରୀଷ୍ମ ପ୍ରକୋପ ଆହୁରି ବୃଦ୍ଧି ପାଇବ। ହିଟ୍‌‌ ୱେଭ ସମ୍ଭାବନାକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପତ୍ର ଲେଖି ମାର୍ଗଦର୍ଶିକା ଜାରି କରିଛନ୍ତି। ସେ ରାଜ୍ୟକୁ ଆବଶ୍ୟକ ଔଷଧ, ତରଳ ପଦାର୍ଥ, ଆଇସ ପ୍ୟାକ, ଓଆରଏସ ଓ ଅନ୍ୟ ସମସ୍ତ ଜରୁରୀ ଉପକରଣ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ କରାଇବା ପାଇଁ ସ୍ୱାସ୍ଥ୍ୟ ସୁବିଧାର ପ୍ରସ୍ତୁତି ସୀମକ୍ଷା କରିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ୨୦୨୫ ମାର୍ଚ୍ଚ ୧ରୁ ଦୈନିକ ତଦାରଖ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ହିଟ୍‌‌ ଷ୍ଟ୍ରୋକର ନୈଦାନିକ ନିଦାନ ଉପରେ ରୋଗୀଙ୍କୁ ତଥ୍ୟ ଏକିକୃତ ସ୍ୱାସ୍ଥ୍ୟ ସୂଚନା ମଂଚରେ ଜମା କରାଯାଉଛି।

Comments are closed.