ବିନା ବାଇପାସ ସର୍ଜରୀ ଓ ଏଞ୍ଜିଓପ୍ଲାଷ୍ଟରେ ହଟିବ ଅବରୋଧ : ଡ଼ାକ୍ତର ବିମଲ ଛାଜଡ଼

ବୁର୍ଲା : ବର୍ତ୍ତମାନର ବିକାଶଶୀଳ ଯୁଗରେ ହୃଦୟରୋଗୀଙ୍କ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହାର ଚିକିତ୍ସା ମଧ୍ୟ ବେଶ ବ୍ୟୟ ବହୁଳ। ତେବେ ଏହି ହୃଦରୋଗୀଙ୍କୁ ଅନେକ ସମୟରେ ଡ଼ିଇଏସ ଷ୍ଟାଣ୍ଟ ଧମନିରେ ଖଞ୍ଜାଯିବା ଏବଂ ମାତ୍ରାଧିକ ଧମନିରେ ଅବରୋଧ ହେଲେ ବାଇପାସ ସର୍ଜରି କରାଯିବା ପାଇଁ ଡ଼ାକ୍ତର ମରାମର୍ଶ କରିଥାନ୍ତି । ତେବେ ଏହି ବାଇପାସ ସର୍ଜରି ଏବଂ ଏଞ୍ଜିଓପ୍ଲାଷ୍ଟ ତଥା ଡ଼ିଇଏସ ଷ୍ଟାଣ୍ଟ ଖଞ୍ଜା ନ ଯାଇ ପ୍ରାକୃତିକ ଉପାୟରେ ବିନା କୌଣସି ଅସ୍ତ୍ରୋପଚାରରେ ହୃଦୟ ବାଇପାସ ଏବଂ ଡ଼ିଟକ୍ସ ମାଧ୍ୟମରେ ଧମନୀର ଅବରୋଧକୁ ହଟାଯିବା ଚିକିତ୍ସା ନେଇ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ଦିଲ୍ଲୀର ଖ୍ୟାତନାମା ତଥା ଏମସର ପୁର୍ବତନ ଡ଼ାକ୍ତର ବିମଲ ଛାଜଡ । ଏପରିକି ହାରାହାରି ପ୍ରତି ୧୦୦ ଜଣଙ୍କ ଯଦି ମୃତ୍ୟୁ ଘଟୁଛି, ତେବେ ତାହା ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଜୀବନ ଏହି ହୃଦରୋଗ ଜୀବନ ନେଉଥିବା ସେ ମତ ବ୍ୟକ୍ତ କରିଛନ୍ତି । ଭାରତ ବାହାରେ ପ୍ରତି ୧୦ ସେକେଣ୍ଡରେ ଜଣେ ହୃଦରୋଗୀଙ୍କ ଅକାଳ ମୃତ୍ୟୁ ଘଟୁଛି । ଯେପରି ଭାବରେ ହୃଦୟରୋଗୀଙ୍କୁ ବଞ୍ଚାଇବା ପାଇଁ ମେଡ଼ିକାଲ ସାଇନ୍ସକୁ ଅନ୍ୟ ଏକ ଭିନ୍ନ ମାଧ୍ୟମରେ ଦେଖିବାକୁ ହେବ ଯାହାଫଳରେ ହୃଦରୋଗକୁ  ନିର୍ମୂଳ କରାଯାଇ ପାରିବ ଏବଂ ଯେଉଁମାନଙ୍କ ବାଇପାସ ହୋଇସାରିଛି ତାଙ୍କୁ ଆଗକୁ ବାଇପାସ ବା ଏଞ୍ଜିଓପ୍ଲାଷ୍ଟ କରାଇବାକୁ ନ ପଡ଼ିବ ବୋଲି ଡ଼ାକ୍ତର ବିମଲ ଛାଜଡ଼ ମତ ବ୍ୟକ୍ତ କରିଛନ୍ତି ।

ସମ୍ବଲପୁର ଆଦର୍ଶ ନଗର ଠାରେ ସାଓଲ ସଂସ୍ଥା ପକ୍ଷରୁ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଆଜି ଡ଼ାକ୍ତର ବିମଲ ଛାଜଡ଼ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏପରିକି ବର୍ତ୍ତମାନ ହୃଦରୋଗୀ ଅନେକ ମାତ୍ରାରେ କିଭଳି ବାଇପାସ ସର୍ଜରି ଏବଂ ଏଞ୍ଜିଓପ୍ଲାଷ୍ଟ ଅସ୍ତ୍ରୋପଚାର ନ କରାଇ ସୁସ୍ଥ ହୋଇ କରିପାରିବେ ଏହାକୁ ନେଇ ଚିନ୍ତିତ ରହିଥାନ୍ତି । ଏଭଳି କ୍ଷେତ୍ରରେ ସାଓଲ ସ୍ୱାସ୍ଥ୍ୟାନୁଷ୍ଠାନ ପ୍ରାକୃତିକ ଭାବରେ ବିନା କୌଣସି ଅସ୍ତ୍ରୋପଚାରରେ ହୃଦୟ ଧମନିରୁ ପ୍ରତିରୋଧକ ହଟାଇବା ଏବଂ ସୁପ୍ତାବସ୍ଥାରେ ରହିଥିବା ଧମନିରେ ରକ୍ତପ୍ରବାହର ମାତ୍ରା ବୃଦ୍ଧି କରାଇବାରେ ସଫଳତା ହାସଲ କରି ଅନେକ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇ ପାରିଛି ।  ଡ଼ାକ୍ତର ବିମଲ ଛାଜଡ ସୂଚନା ମୁତାବକ ଭାରତ ବର୍ଷରେ ପ୍ରାୟ ୩୫ ଲକ୍ଷ ହୃଦରୋଗୀ ଅକାଳ ମୃତ୍ୟୁର ଶୀକାର ହେଉଛନ୍ତି । ଧମନିରେ ପ୍ରତିରୋଧକ କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି, କୋଲେଷ୍ଟରେଲ ବୃଦ୍ଧି ପାଇ ଧିରେ ଧିରେ ଚର୍ବି ଧମନିରେ ଜମି ପ୍ରତିରୋଧକ ସୃଷ୍ଟି କରିଥାଏ । ତେବେ ଶରୀର ବାହାରୁ କିଭଳି ଭାବରେ ଚର୍ବି ଶରୀର ମଧ୍ୟକୁ ପ୍ରବେଶ ନ କରିବ ଏଥିପାଇଁ ଜିରୋ ତେଲ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଇ ରୋଗୀଙ୍କୁ ଏହା ପାଳନ କରାଯିବା ପାଇଁ ପରାମର୍ଶ ଦିଆ ଯାଇଥାଏ। ସାଓଲ ସେଣ୍ଟରରେ ନେଚୁରାଲ ବାଇପାସ ଏବଂ ଡ଼ିଟକ୍ସ ଥେରାପି ମାଧ୍ୟମରେ ବିନା ଅସ୍ତ୍ରୋପଚାରରେ ହୃଦରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଆମର ହୃଦୟରେ ଅନେକ ଧମନି ସୁପ୍ତାବସ୍ତାରେ ରହିଛି ତାକୁ କାର୍ଯ୍ୟକ୍ଷମ କରାଯିବା ଏହି ପ୍ରାକୃତିକ ବାଇପାସର କାର୍ଯ୍ୟ। ନେଚୁରାଲ ବାଇପାସ ମାଧ୍ୟମରେ ଗୋଡ଼ର ଚାରିପଟେ ଏକ ଜ୍ୟାକେଟ ଲଗାଯାଇଥାଏ ଏବଂ ପ୍ରାୟ ୪୦ ଘଣ୍ଟାର ଚିକିତ୍ସା ପଦ୍ଧତି ହୋଇ ଥାଏ ଏହି ଚିକିତ୍ସାରେ ଗୋଡ଼ପଟୁ ହୃଦୟକୁ ରକ୍ତପ୍ରବାହର ମାତ୍ରାକୁ ବୃଦ୍ଧି କରାଯାଇଥାଏ। ଯେତେ ସମୟ ହୃଦୟ ଗତି କରିଥାଏ ସେହି ମାତ୍ରାରେ ଗୋଡ଼ରେ ଚାପ ସୃଷ୍ଟି ହୋଇ ପ୍ରାୟ ଦୁଇଗୁଣା ଅଧିକ ରକ୍ତ ହୃଦୟକୁ ଯାଇଥାଏ ଏଭଳି ଭାବରେ ପ୍ରାକୃତିକ ବାଇପାସ କରାଯାଇଥାଏ ବୋଲି ଡ଼ାକ୍ତର ଛାଜଡ଼ ସୂଚନା ଦେଇଛନ୍ତି। ତେବେ ଭାରତ ସାରା ସାଓଲର ପ୍ରାୟ ୧୧୬ ସ୍ୱାସ୍ଥ୍ୟାନୁଷ୍ଠାନ ରହିଥିବା ଏବଂ ବିଶେଷକରି ହୃଦରୋଗୀ ମାନଙ୍କୁ ବିନା ଅସ୍ତ୍ରୋପଚାରରେ ଚିିକିତ୍ସା କରାଯାଇ ଏବଂ ଜୀବନଶୈଳୀ ରେ ପରିବର୍ତ୍ତନ କରାଯାଇ ଜିରୋ ତେଲଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆ ଯାଉଛି । ଯାହାଫଳରେ ଅନେକ ହୃଦରୋଗୀଙ୍କ ଦୁର୍ମୁଲ୍ୟ ଜୀବନକୁ ରକ୍ଷା କରାଯିବା ସମ୍ଭବପର ହୋଇ ପାରିବ ବୋଲି ଡ଼ାକ୍ତର ଛାଜଡ଼ ଗଣମାଧ୍ୟମରେ ମତପ୍ରକାଶ କରିଛନ୍ତି।

Comments are closed.