www.samajalive.in
Saturday, December 6, 2025
26.1 C
Bhubaneswar

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଏହି ସୁପ୍, ଖାଦ୍ୟରେ କରନ୍ତୁ ସାମିଲ

ଆପଣ ହୁଏତ ଅନେକ ପ୍ରକାରର ସୁପ୍ ତିଆରି କରିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ରସୁଣ-ଟମାଟୋ ସୁପ୍ ରସିପି କହିବାକୁ ଯାଉଛୁ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ ହେବ।

ଆବଶ୍ୟକୀୟ ସାମଗ୍ରୀ : ୧୦ଟି ରସୁଣ (କଟା), ୪ ଟମାଟୋ (କଟା), ୨ କପ୍ ପନିପରିବା ସିଝା ପାଣି ବା ଭେଜିଟେବୁଲ ଜୁସ୍, ୨ ପିଆଜ (କଟା), ୧ କପ୍ ଟମାଟୋ ସସ୍,  ୧/୪ ଚାମଚ ଗୋଲମରିଚ ପାଉଡର, ଅଧା ଚାମଚ ଚିନି, ୧ ଚାମଚ ବଟର, ୧ ଚାମଚ ତେଲ, ଲୁଣ ସ୍ୱାଦ ଅନୁସାରେ।

- Advertisement -

ପ୍ରସ୍ତୁତ ପ୍ରଣାଳୀ : ସର୍ବପ୍ରଥମେ, ଏକ ପ୍ୟାନରେ ତେଲ ନେଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ପିଆଜ ଏବଂ ରସୁଣ ପକାଇ ହାଲୁକା ଭାଜନ୍ତୁ। ଏହା ପରେ ଟମାଟୋ ମିଶାନ୍ତୁ ଏବଂ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ବର୍ତ୍ତମାନ ପନିପରିବା ସିଝା ପାଣି ବା ଭେଜିଟେବୁଲ ଜୁସ୍, ଟମାଟୋ ସସ୍, ଗୋଲମରିଚ ପାଉଡର, ଲୁଣ ଏବଂ ଚିନି ମିଶାଇ ୧୫ ମିନିଟ୍ ପାଇଁ ରାନ୍ଧନ୍ତୁ। ନିର୍ଦ୍ଧାରିତ ସମୟ ପରେ, ଏକ ପାତ୍ରରେ ସୁପ୍ ବାହାର କରି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ-ଟମାଟୋ ସୁପ୍। ଉପରେ ବଟର ଓ କଟା ଧନିଆ ପତ୍ର ପକାଇ ପରଷନ୍ତୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories