www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ୪ଟି ଜିନିଷ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହାସହ ଭିଟାମିନ ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ସହ ଏହା ପାଚନ ପାଇଁ ମଧ୍ୟ ଉପକାରୀ। ଏଥିରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂର କରିଥାଏ। ଏହି ପତ୍ରକୁ ବ୍ୟବହାର ଦ୍ୱାରା ଥଣ୍ଡା,ଜ୍ୱର,କାଶ ଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂର କରିଥାଏ।

- Advertisement -

ପୁଦିନା ପତ୍ରରେ ବିଭିନ୍ନ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ପୁଦିନାପତ୍ର ସେବନ ଦ୍ୱାରା ମାଂସପେଶୀ ଓ ପାଚନକୁ ଆରାମ ଅନୁଭବ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ପୁଦିନାପତ୍ରର ନିୟମିତ ସେବନ ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ,କାଶ ଆଦି ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟ ବହୁ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହ ମୁଣ୍ଡ ବିନ୍ଧା ଦୂର କରିଥାଏ। ଥଣ୍ଡାକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories