www.samajalive.in
Saturday, December 6, 2025
19.1 C
Bhubaneswar

ମଥାରେ ଭସ୍ମ, ହାତରେ ଗୀତା ଧରି ସାମ୍ନାକୁ ଆସିଲେ ଅଜୟ; ରିଲିଜ୍‌ ହେଲା ’ଭୋଲା’ର ଦମ୍‌ଦାର୍‌ ଟିଜର୍

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ‘ଦୃଶ୍ୟମ୍‌ ୨’ ଚଳିତ ଦିନରେ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭୋଲା’କୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ଅଭିନେତା ଚଳଚ୍ଚିତ୍ରର ମୋଶନ ପୋଷ୍ଟର ଶେୟାର କରିଥିଲେ, ଯାହାପରଠାରୁ ପ୍ରଶଂସକମାନେ ଏହାର ଟିଜର ଅପେକ୍ଷାରେ ଥିଲେ। ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ‘ଭୋଲା’ର ଟିଜର୍ ରିଲିଜ୍ କରାଯାଇଛି। ମଙ୍ଗଳବାର ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଟିଜରରେ ଅଜୟଙ୍କ ଜବରଦସ୍ତ ଏଣ୍ଟ୍ରି ଓ ଦମ୍‌ଦାର୍‌ ଅବତାରର ଝଲକ୍‌ ନଜର ଆସିଛି। ସେ ଜେଲ୍‌ରେ ଅଛନ୍ତି ଓ ତାଙ୍କ ହାତରେ ଶ୍ରୀମଦ୍‌ଭଗବତ୍ ଗୀତ ଦେଖିବାକୁ ମିଳିଛି। ଜେଲ୍‌ର ଜଣେ କର୍ମଚାରୀ କହୁଛନ୍ତି, ଚାଲ ତୁମ ସମୟ ହୋଇଗଲା ଓ ସେ ତାଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି। ଏହାପରେ ଅଜୟ ମଥାରେ ଭସ୍ମ ଲେପନ କରି ଆଜକୁ ବଢୁଛନ୍ତି। ଟିଜର ଶେଷ ଭାଗରେ ଅଭିନେତାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି, ଯେଉଁଥିରେ ସେ ହାତରେ ତ୍ରିଶୂଳ ଧରି ବାଇକରେ ଆସୁଛନ୍ତି ଓ ତା’ପରେ କାର୍‌ ଉପରକୁ ଡେଉଁଛନ୍ତି।

ସୂଚନାଯୋଗ୍ୟ, ‘ଭୋଲା’ରେ ଅଜୟ ନିର୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି। ୨୦୧୯ରେ ଆସିଥିବା ତାମିଲ ଚଳଚ୍ଚିତ୍ର ‘କୈଥି’ର ଏହା ହେଉଛି ହିନ୍ଦୀ ରିମେକ୍, ଯେଉଁଥିରେ ଅଭିନେତା କାର୍ତ୍ତି ଅଭିନୟ କରିଥିଲେ। ‘କୈଥି’ର ନିର୍ଦେଶନା ଦେଇଥିଲେ ଲୋକେଶ କନଗରାଜ। ଚଳଚ୍ଚିତ୍ରର କାହାଣୀ ଏକ ଡ୍ରଗ୍‌ ମାଫିଆ ଉପରେ ଆଧାରିତ, ଯେଉଁଥିରେ ବାପା-ଝିଅର ଅନାବିଳ ସ୍ନେହ ଓ ଭଲପାଇବା ଦେଖିବାକୁ ମିଳିବ।

- Advertisement -

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories