www.samajalive.in
Saturday, December 6, 2025
26.1 C
Bhubaneswar

ଏଭଳି ସେବନ କରନ୍ତୁ ପାନମଧୁରୀ

ପାନମଧୁରୀର ଉପକାରୀ ଗୁଣ ସଭିଁଙ୍କୁ ଜଣା। ମାତ୍ର ରୋଷେଇ ଘରେ ବ୍ୟବହାର ହେଉଥିବା ଏହି ଛୋଟ ଜିନିଷ ସ୍ୱାସ୍ଥ୍ୟ ପାଇଁ ବରଦାନ। ଅଗଣିତ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦେବା ସହ ଅନେକ ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ…
ସକାଳେ ଖାଲି ପେଟରେ ପାନମଧୁରୀ ପାଣି ପିଇବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହେବା ସହ ଖାଦ୍ୟ ଭଲ ଭାବେ ହଜମ ହେବାରେ ସହାୟକ ହୋଇଥାଏ।
ଆୟୁର୍ବେଦ ଅନୁଯାୟୀ, ପାନମଧୁରୀକୁ ଚୋବାଇବା ଦ୍ୱାରା ପାଟି ଦୁର୍ଗନ୍ଧ ସମ୍ପୂର୍ଣ୍ଣ ଦୂର ହୋଇଥାଏ। ପାଚନକୁ ସୁସ୍ଥ ରଖିଥାଏ। ପେଟରେ ଗ୍ୟାଷ୍ଟ୍ରିକ,ଏସିଡିଟି, ବଦହଜମି ଓ ଖାଦ୍ୟ ହଜମ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ନିୟମିତ ସଠିକ ମାତ୍ରାରେ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଏକ ରିପୋର୍ଟ ଅନୁଯାୟୀ, ପାନମଧୁରୀରେ ଭରପୁର ମାତ୍ରାରେ ଫାଇବର, ମାଗ୍ନେସିୟମ, ପୋଟାସିୟମ ଓ କ୍ୟାଲସିୟମ ରହିଛି। ଏହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କୋଲେଷ୍ଟେରୋଲକୁ ନିୟନ୍ତ୍ରିତ କରିଥାଏ।
ନିୟମିତ ପାନମଧୁରୀ ସେବନ କରିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ।
ପାନମଧୁରୀ ସେବନ ଦ୍ୱାରା ପାଚନ ସଠିକ ଭାବେ କାମ କରିବା ସହ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ। ଏହାସହ ଏଥିରେ ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ଥିବାରୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଓ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଓଜନ ହ୍ରାସ ପାଇଁ ପାନମଧୁରୀକୁ ନିୟମିତ ସେବନ କରନ୍ତୁ।
ଏପରି କରନ୍ତୁ ସେବନ..
ଏକ ଚାମଚ ପାନମଧୁରୀକୁ ଏକ ଗ୍ଲାସ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳେ ଖାଲିପେଟରେ ଏହି ପାଣିକୁ ପିଇବା ସହ ପାନମଧୁରୀ ମଧ୍ୟ ଖାଆନ୍ତୁ।
ନିୟମିତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ଡାଲି ଓ ତରକାରୀରେ ମସଲା ଭଳି ବ୍ୟବହାର କରନ୍ତୁ। ଏହାଦ୍ୱାରା ପାଚନ ସୁସ୍ଥ ରହିଥାଏ।
ନିୟମିତ ଭୋଜନ କରିବା ପରେ ଏକ ଚାମଚ ପାନମଧୁରୀ ଖାଆନ୍ତୁ। ଏହାଦ୍ୱାରା ଆଶ୍ଚର୍ଯ୍ୟଜନକ ଉପକାର ମିଳିଥାଏ।
ଦିନ ମଧ୍ୟରେ ୨ ରୁ ୩ ଥର ଅଳ୍ପ କିଛି ପାନମଧୁରୀ ନିଶ୍ଚୟ ଖାଆନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories