www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀ ହନୁମାନଙ୍କ ଜଗନ୍ନାଥ ଦର୍ଶନ

ଆଠଗଡ ତା-୧୦.୦୭.୨୦୨୨(ନିପ୍ର) ଆଠଗଡର ପରମ୍ପରା ଅନୁଯାୟୀ ଏକାଦଶୀରେ ସୁବର୍ଣ୍ଣମଣ୍ଡିତ ଜଗନ୍ନାଥଙ୍କୁ ଶ୍ରୀ ହନୁମାନଜୀଉ ଦର୍ଶନ କରିଥିଲେ । ଚାନ୍ଦବାଲିଛକସ୍ଥିତ ମନ୍ଦିରରୁ ଶ୍ରୀ ହନୁମାନ ଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟ, ଘଣ୍ଟା, ସଂକୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ଆସି ରଥାରୂଢ ଜଗନ୍ନାଥଙ୍କୁ ଦର୍ଶନ କରାଇବା ସହିତ ଭୋଗ ନୈବେଦ୍ୟ ସମର୍ପଣ କରାଯାଇଥିଲା । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡିଶା ଶାଖା ଅଧ୍ୟକ୍ଷ ଏବଂ ସମାଜର ପ୍ରକାଶକ ଓ ମୁଦ୍ରାକର ତଥା ହନୁମାନ ମନ୍ଦିରର ପ୍ରତିଷ୍ଠାତା ପଣ୍ଡିତ ନିରଞ୍ଜନ ରଥ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ଶ୍ରୀ ହନୁମାନ ଜୀଉଙ୍କ ବିମାନକୁ କାନ୍ଧରେ ଆଣି ଜଗନ୍ନାଥ ଦର୍ଶନ କରାଇଥିଲେ । ରଥ ନିକଟରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବିମାନରୂଢ ହନୁମାନ ଜୀଉଙ୍କୁ ପାଛୋଟି ନେବା ସହ ନିଜେ ବିମାନ କାନେ୍ଧଇଥିଲେ । ରଥ ନିକଟରେ ଉପସ୍ଥିତ ଶହ ଶହ ଶ୍ରଦ୍ଧାଳୁ ଏହି ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories