ନୂଆଦିଲ୍ଲୀ: ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର, ଉଭୟ ନିଜ ନିଜ ସ୍ତରରେ ଅଭାବୀ ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏହି ଯୋଜନାଗୁଡିକ ଭିନ୍ନ ଭିନ୍ନ ଭାବେ ପରିଚାଳିତ। ଏଥିରେ ପ୍ରତ୍ୟେକ ବର୍ଗ ଯେପରିକି, ଛାତ୍ରଛାତ୍ରୀ, ପୁରୁଷ, ବୃଦ୍ଧ ଏବଂ ମହିଳାଙ୍କ ପାଇଁ ଯୋଜନା ଅନ୍ତର୍ଭୁକ୍ତ। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ଏକ ଯୋଜନା ରହିଛି, ଯାହାର ନାଁ ହେଉଛି ମାଗଣା ସିଲେଇ ମେସିନ୍ ଯୋଜନା। ଏହି ଯୋଜନାରେ ମହିଳାମାନଙ୍କୁ ବିନା କୌଣସି ଦେୟରେ ମାଗଣା ସିଲେଇ ମେସିନ୍ ପ୍ରଦାନ କରାଯାଇଥାଏ। କିନ୍ତୁ ଆବେଦନ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ, କେଉଁ ମହିଳାମାନେ ଏହାକୁ ପାଇପାରିବେ ଏବଂ କିଏ ପାଇପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ-
ଯୋଜନାର ଉଦ୍ଦେଶ୍ୟ:-
ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲ। ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ରାଜ୍ୟରେ ୫୦ ହଜାରରୁ ଅଧିକ ମହିଳାଙ୍କୁ ସିଲେଇ ମେସିନ୍ ମାଗଣାରେ ଦିଆଯାଉଛି।
ଆବେଦନ ପାଇଁ ଆବଶ୍ୟକ ଦସ୍ତାବିଜ୍:-
– ଆଧାର କାର୍ଡ଼
– ଆୟ ପ୍ରମାଣପତ୍ର
– ଜନ୍ମ ପ୍ରମାଣପତ୍ର
– ପାସପୋର୍ଟ ସାଇଜ୍ ଫଟୋ
– ସକ୍ରିୟ ମୋବାଇଲ୍ ନମ୍ବର
– ଭିନ୍ନକ୍ଷମ କିମ୍ବା ବିଧବା ହୋଇଥିଲେ ତତ୍ ସମ୍ବନ୍ଧୀୟ ପ୍ରମାଣପତ୍ର
କିଏ କରିପାରିବେ ଆବେଦନ ?
– ବୟସସୀମା ୨୦ରୁ ୪୦ ବର୍ଷ
– ଆର୍ଥିକ ଅନଗ୍ରସର
– ଯଦି ଆପଣ ଶ୍ରମିକ ମହିଳା, ତେବେ ଆପଣଙ୍କ ସ୍ବାମୀଙ୍କ ଆୟ ୧୨ ହଜାର ଟଙ୍କାରୁ ଅଧିକ ହୋଇ ନଥିବ
– ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାମାନେ ଏହାର ସୁବିଧା ପାଇପାରିବେ
ଆବେଦନ ପ୍ରକ୍ରିୟା:-
– ପ୍ରଥମେ ଏହି ଯୋଜନାର ଅଫିସିଆଲ୍ ୱେବସାଇଟ୍ https://www.india.gov.in/କୁ ଯାଆନ୍ତୁ
– ଏହାପରେ ଆବେଦନ ପତ୍ର ଡାଉନଲୋଡ଼୍ କରନ୍ତୁ
– ଫର୍ମ ପୂରଣ କରନ୍ତୁ ଏବଂ ଏଥିସହ ଆବଶ୍ୟକୀୟ କାଗଜପତ୍ର ଓ ନିଜ ଫଟୋ ଲଗାନ୍ତୁ
– ତା’ପରେ ଏହାକୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଦାଖଲ କରନ୍ତୁ
– ସତ୍ୟାସତ୍ୟ ଯାଞ୍ଚ ପରେ ଯଦି ଆବେଦନ ଠିକ୍ ଥାଏ, ତାହେଲେ ଆପଣଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯିବ



