www.samajalive.in
Tuesday, December 9, 2025
23.1 C
Bhubaneswar

ଏହି ମସଲାର ରହିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ମସଲା ଭାବେ ଡାଲଚିନିର ବ୍ୟବହାର କରାଯାଏ। ତେବେ ଏହାର ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ବିିଭିନ୍ନ ଗୁଣରେ ଭରପୁର ଡାଲଚିନି ମଧୁମେହ,ହଜମ,ଦାନ୍ତରେ ଯନ୍ତ୍ରଣା ଭଳି ସମସ୍ୟା ଦୂର କରିଥାଏ। କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ଓ କେଶ ପାଇଁ ମଧ୍ୟ ଉପକାରୀ।
ଡାଲଚିନି ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।
ବିିଭିନ୍ନ ପ୍ରକାର ରୋଗ ସହ ଲଢିବାରେ ଏହା ସହାୟକ ହୋଇଥାଏ।
କେଶକୁ ସୁସ୍ଥ ରଖିବାରେ ଡାଲଚିନି ଖୁବ ଉପକାରୀ। ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।
ବିଶେଷଜ୍ଞଙ୍କ ମତରେ ଡାଲଚିନି ଖାଇବା ଦ୍ୱାରା ଖରାପ କୋଲେଷ୍ଟେରୋଲ ଶରୀରରୁ ବାହାରିବାରେ ସହାୟକ ହେବା ସହ ହୃଦୟ ସୁସ୍ଥ ରହିଥାଏ।
ଡ଼ାଲଚିନିକୁ ପାଣିରେ ଅଳ୍ପ କିଛି ସମୟ ଫୁଟାଇବା ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହା ଦ୍ୱାରା ଏସିଡ଼ିଟି ଦୂର ହେବା ସହ ଖାଦ଼୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଡ଼ାଲଚିନିର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ କମ ଥାଏ।
ଡ଼ାଲଚିନିର ସେବନ ଦ୍ୱାରା ଶରୀରରେ ରକ୍ତରେ ଶର୍କରାର ମାତ୍ରା ସନ୍ତୁଳିତ ହୋଇ ରହିଥାଏ। ଫଳରେ ମଧୁମେହ ହେବାର ସମ୍ଭାବନା କମ ଥାଏ।
ଡ଼ାଲଚିନିର ସେବନ ଦ୍ୱାରା ବ୍ୟାକ୍ଟେରିଆ ଓ ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା ମିଳିଥାଏ। ଏହି ସମସ୍ତ କାରଣରୁ ଡ଼ାଲଚିନି ଔଷଧୀୟ ଗୁଣରେ ଭରପୁର ରହିଛି।
ସଠିକ ମାତ୍ରାରେ ଭୋକ ହେବା, ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।
ଡ଼ାଲଚିନି ଥଣ୍ଡାକାଶ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories