www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ଖାଦ୍ୟ

ଏପରି କେତେକ ଖାଦ୍ୟ ରହିଛି ଯାହା ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ସହ ବିଭିନ୍ନ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ। ଆମ ଗ୍ରହଣ କରୁଥିବା ଖାଦ୍ୟରେ ବିଭିନ୍ନ ଖାଦ୍ୟଦ୍ରବ୍ୟ ଓ ମସଲା ଜାତୀୟ ଦ୍ରବ୍ୟ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତାହା ହୁଏତ ସଭିଁଙ୍କୁ ଜଣାନଥିବ। ଜାଣନ୍ତୁ ଆମେ ଖାଉଥିବା କେଉଁ ଖାଦ୍ୟଦ୍ରବ୍ୟ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ଡ଼ାଳିମ୍ବ –
ନିୟମିତ ଡ଼ାଳିମ୍ବ ଖାଇବା ଦ୍ୱାରା ହୃଦୟକୁ ସୁସ୍ଥ ରଖିଥାଏ। ହୃଦୟ ଜନିତ ସମସ୍ୟା ସୃଷ୍ଟି ହେବାକୁ ଦେଇନଥାଏ। ଶରୀରରେ ରକ୍ତର ମାତ୍ରାକୁ ବୃଦ୍ଧି କରିଥାଏ। କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
ପାଚିଲା କଦଳୀ –
ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ।
ବିଟ –
ବିଟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖୁବ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଥିବା ନାଇଟ୍ରେଟ ତତ୍ତ୍ୱ, ଶରୀରରେ ନାଇଟ୍ରିକ ଅକ୍ସାଇଡ଼ରେ ପରିବର୍ତ୍ତିତ ହୋଇଯାଏ। ଫଳରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ପାଳଙ୍ଗ ଶାଗ –
ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବା ସହ କ୍ୟାଲୋରୀର ମାତ୍ରା କମ ଥାଏ। ଏହାକୁ ଖାଇବା ଦ୍ୱାରା ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ଼ ଖାଦ୍ୟରୁ ଶରୀରକୁ ଯାଉଥିବା କ୍ଷତିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ମୋଟପଣ ମଧ୍ୟ କମ କରିଥାଏ।
କଞ୍ଚା କଦଳୀ –
କଞ୍ଚା କଦଳୀରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ହାଡ଼କୁ ମଜଭୂତ କରିବା ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ ସହାୟକ ହୋଇଥାଏ।
ଜୁଆଣୀ ଚା’ –
ଆମେ ଖାଉଥିବା ବଜାରର ବିଭିନ୍ନ ଖାଦ୍ୟଦ୍ରବ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜୁଆଣୀର ଚା’ ପିଇବା ଦ୍ୱାରା ଏହା ଶରୀର ପାଇଁ ଅନାବଶ୍ୟକ ହେଉଥିବା ପଦାର୍ଥକୁ ନିର୍ଗତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ।
ବିଭିନ୍ନ ପ୍ରକାରର ଫଳ –
ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ହାଲିଆ ଅନୁଭବ ହେବାକୁ ଦେଇନଥାଏ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories