www.samajalive.in
Sunday, December 7, 2025
23.1 C
Bhubaneswar

କରୋନାରୁ ସୁସ୍ଥ ହେବା ପରେ ତୁରନ୍ତ ବଦଳାନ୍ତୁ ଏହିସବୁ ବ୍ୟବହୃତ ଜିନିଷ

ଭାରତରେ କରୋନା ମହାମାରୀ ଅତି ଭୟଙ୍କର ରୂପ ନେଇସାରିଛି। ଏହି ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁନର୍ବାର ସଂକ୍ରମିତ ହେଉଥିବା ସ୍ପଷ୍ଟ ହୋଇଛି। ତେବେ ଏଥିରୁ ରକ୍ଷା ପାଇବା ଲାଗି ଟିକା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଟିକା ସବୁ ସମୟରେ ଶତପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ। ତେଣୁ ପ୍ରତି ବ୍ୟକ୍ତି ନିଜେ ଧ୍ୟାନ ଦେବା ଉଚିତ ଯେ, ସେ ଏବଂ ତାଙ୍କର ପରିଜନ ଥରେ ଏଥିରୁ ସୁସ୍ଥ ହେବା ପରେ ଯେପରି ପୁନର୍ବାର ସଂକ୍ରମିତ ନ ହୁଅନ୍ତି। ଏଥିଲାଗି ଆମକୁ ନିଜ ଚାରିପାଖର ଛୋଟ ଛୋଟ ଜିନିଷ ପ୍ରତି ଦୃଷ୍ଟି ଦେଇ ସେଗୁଡ଼ିକୁ ବଦଳାଇବା ଜରୁରୀ।

ଏବେ ବିଶେଷଜ୍ଞମାନେ ଏଥିପ୍ରତି ଗୁରୁତ୍ଵ ଦେବା ସହିତ ଯଦି କେହି କରୋନାରେ ସଂକ୍ରମିତ ହେଉଛନ୍ତି, ତେବେ ସେ ସୁସ୍ଥ ହେବା ପରେ ତୁରନ୍ତ ପ୍ରଥମେ ନିଜର ଟୁଥ୍‌ ବ୍ରଶ୍‌କୁ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ନଚେତ୍‌ ସମ୍ପୃକ୍ତ ବ୍ୟକ୍ତି ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

- Advertisement -

ଦେଶରେ ଅନେକ ବ୍ୟକ୍ତି ଏକାଧିକ ଥର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତେଣୁ କରୋନାର ୩ୟ ତରଙ୍ଗ ଆସିବା ପୂର୍ବରୁ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ଦନ୍ତ ଚିକିତ୍ସକଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଟୁଥ୍‌ ବ୍ରଶ୍‌ କେବଳ ତାଙ୍କୁ ନୁହେଁ, ବରଂ ପୂରା ପରିବାରକୁ କ୍ଷତି ପହଞ୍ଚାଇପାରେ।

ନୂଆଦିଲ୍ଲୀର ଲେଡି ହୋର୍ଡିଂ ମେଡିକାଲ କଲେଜର ଡେଣ୍ଟାଲ ସର୍ଜରୀ ବିଭାଗ ମୁଖ୍ୟ ଡା. ପ୍ରବୀଣ ମେହରା କୁହନ୍ତି, କେବଳ ଟୁଥ ବ୍ରଶ୍‌ ନୁହେଁ, ଜିଭ ସଫା କରୁଥିବା କ୍ଲିନରକୁ ବି ବଦଳାଇବା ଜରୁରୀ। ଏଭଳି କରିବା ପୁନର୍ବାର ସଂକ୍ରମଣ ହେବାର ଆଶଙ୍କା ହ୍ରାସ ପାଇଥାଏ। ଗାଧୁଆଘରେ ରଖାଯାଇଥିବା ସମସ୍ତ ଜିନିଷକୁ ବଦଳାଇ ଦେବା ଦରକାର ବୋଲି ଡାକ୍ତରମାନେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories