ନୂଆଦିଲ୍ଲୀ: ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ନିଜ ନୂଆଦିଲ୍ଲୀସ୍ଥିତ ବାସଭବନରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆୟୋଜିତ ୭୨ତମ ଦକ୍ଷିଣ-ପୂର୍ବ ଏସୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲେ। ହର୍ଷବର୍ଦ୍ଧନ ସେଠାରେ ଅନୁଷ୍ଠିତ ଯୋଗ ଶିବିରରେ ମଧ୍ୟ ଭାଗ ନେଇଥିଲେ। ସୋମବାର ଦକ୍ଷିଣ-ପୂର୍ବ ଏସୀୟ ଆଞ୍ଚଳିକ ସମ୍ମିଳନୀ ଉଦଘାଟନ କରି ଡକ୍ଟର ହର୍ଷବର୍ଦ୍ଧନ କହିଥିଲେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ – ଏନଡିଏ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରୋଗ ମୁକ୍ତ ଭାରତ ଗଠନ କରିବା ଓ ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇଦେବା।
ହର୍ଷବର୍ଦ୍ଧନ ଏଇ ଅବସରରେ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥିଲେ ଓ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଥିବାରୁ ପୋଷଣ ସମସ୍ୟା ପ୍ରତି ଲୋକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।



