www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  ରାଜ୍ୟ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ ଏଣୁ ମିଶନ ଢାଞ୍ଚାରେ ଟିକାଦାନ କାର୍ଯ୍ୟକାରୀ
କରାଯାଉ। ଟିକାର ଅଭାବ ରହିବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପ୍ରତିଶ୍ରୁତି ଦେଇଛନ୍ତି। ଦୈନିକ ଭିତ୍ତିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ସମୟରେ ସେ ଏହା କହିଛନ୍ତି।
ଛତିଶଗଡ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ,କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ପଞ୍ଜାବ ଓ ରାଜସ୍ଥାନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡିକ ସଂକ୍ରାନ୍ତରେ ସମୀକ୍ଷା ବେଳେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଏହି ୧୧ଟି ରାଜ୍ୟରେ ଶତକଡା ୫୪ଭାଗ ସଂକ୍ରମଣ ଓ ଶତକଡା ୬୫ଭାଗ ମୃତ୍ୟୁ ହାର ରହିଛି। ଗତ ୧୪ଦିନ ଭିତରେ ମହାରାଷ୍ଟ୍ର ଓ ପଞ୍ଜାବରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସାରା ଦେଶରେ ଶତକଡା ୬୪ଭାଗ ମୃତ୍ୟୁ କେବଳ ଏହି ଦୁଇଟି ଯାକ ରାଜ୍ୟ ବୋଲି ଆକଳନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories