www.samajalive.in
Friday, December 5, 2025
23.1 C
Bhubaneswar

୩ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରେଢ଼ାଖୋଲ : ସଂପ୍ରତି ରେଢ଼ାଖୋଲ ବନଖଣ୍ଡ ଓ ବାମରା ବନ୍ୟପ୍ରାଣୀ ଡିଭିଜନର ଖଳାଶୁଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ସକ୍ରିୟ ହୋଇଛନ୍ତି। କିଛିଦିନ ହେବ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଥିବା ଜଣାପଡ଼ିଛି। ବୁଧବାର ଖବର ପାଇ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀମାନେ ଚଢ଼ଉ କରି ଖଳାଶୁଣୀ ସଂରକ୍ଷିତ ଜଙ୍ଗଲର ଗଇଲମୁଣ୍ଡି ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ଗନ୍‌ ପାଉଡ଼ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କିସିଣ୍ଡା ଥାନା ଭୁଲକି ଗ୍ରାମର ଗୋକୁଳା ସମର୍ଥା (୩୭), ସୁରେଶ ପ୍ରଧାନ (୩୦), ତରୁଣ ନାୟକ (୨୨)। ସୂଚନାମତେ ବୁଧବାର ଅଭିଯୁକ୍ତମାନେ ଶିକାର ପାଇଁ ଖଳାଶୁଣୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। କୌଣସି ସୂତ୍ରରୁ ଖବରପାଇ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ରୋବିନ କିସ୍‌କୁ, ଫରେଷ୍ଟର ଅନୁରାଧା ଖର୍ସେଲ, ଫରେଷ୍ଟ ଗାର୍ଡ ପଦ୍ମଲୋଚନ ବଡଗଛିଆଙ୍କ ସମେତ ବନ କର୍ମଚାରୀ ଚଢ଼ଉ କରି ଗଇଲମୁଣ୍ଡି ଜଙ୍ଗଲରୁ ଏହି ୩ ଜଣଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ ଯେ, ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲ ଭିତରେ ଥିବା ନଈ, ନାଳ ଆଦି ଶୁଖି ଯାଇଥିବାବେଳେ ପାଣି ରହୁଥିବା ସ୍ଥାନମାନଙ୍କୁ ବନ୍ୟଜନ୍ତୁ ଆସୁଛନ୍ତି। ସେହିପରି ଜଙ୍ଗଲରେ ଶିକାରୀମାନେ ନିଆଁ ଲଗାଇଦେଉଥିବାରୁ ବନ୍ୟପ୍ରାଣୀ ଜୀବନବିକଳରେ ପାଣିଥିବା ସ୍ଥାନ ଓ ଗ୍ରାମାଭିମୁଖି ହେଉଛନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ପାଣିଥିବା ସ୍ଥାନ ନିକଟରେ ମଞ୍ଚା ତିଆରି କରି ଛପିରହି ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି। ବିଶେଷ କରି ବାର୍‌ହା, ହରିଣ ଓ କୁଟୁରା ମାଂସର ରାସ୍ତାକଡ଼ ହୋଟେଲ ଗୁଡ଼ିକରେ ବିଶେଷ ଚାହିଦା ରହୁଥିବାରୁ ଶିକାରୀମାନେ ଅମୂଲ୍ୟ ବନ୍ୟପ୍ରାଣୀ ଶିକାର କରି ମାଂସ ବିକ୍ରୟ କରୁଥିବା ଅଭିଯୋଗ ହେଉଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories