www.samajalive.in
Wednesday, December 10, 2025
16.1 C
Bhubaneswar

କାଲି ଦେଶବ୍ୟାପୀ ପ୍ରାକ-କରୋନା ଟୀକାକରଣ ଅଭ୍ୟାସ କାର୍ଯ୍ୟକ୍ରମ, ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ପ୍ରତିଷେଧକ ଦିଆଯିବା ପାଇଁ ଅଭ୍ୟାସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ସମସ୍ତ ଆବଶ୍ୟକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଭ୍ୟାସ ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଛି ଓ ହସ୍ପିଟାଲ୍‍ଗୁଡ଼ିକରେ ଏଥିପାଇଁ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଡକ୍ଟର ହର୍ଷବର୍ଦ୍ଧନ ଅବଗତ ହୋଇଛନ୍ତି।

- Advertisement -

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଏହି ଅଭ୍ୟାସ ପ୍ରସ୍ତୁତିର ମୂଳ ଲକ୍ଷ୍ୟ ହେଉଛି ପ୍ରତିଷେଧକ ଦିଆଯିବା ସମୟରେ କ’ଣ ସବୁ ସମସ୍ୟା ଦେଖାଦେବ ସେ ବିଷୟରେ ସଚେତନ ହେବା। ଏହାଦ୍ୱାରା ସେହି ସମସ୍ୟାଗୁଡ଼ିକୁ ଠିକ୍‍ ସମୟରେ ଦୂର କରାଯାଇ ପାରିବ। କେନ୍ଦ୍ର ସରକାର କୋଭିଡ-୧୯ ପ୍ରତିଷେଧକ ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତିକୁ ନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି। ଆସନ୍ତାକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଅଭ୍ୟାସ ପ୍ରସ୍ତୁତି କାର୍ଯ୍ୟ କରାଯିବ। କୋଭିଡ ପ୍ରତିଷେଧକ ଯେପରି ସହଜରେ ଦିଆଯାଇ ପାରିବ ତାହା ନିଶ୍ଚିତ କରିବା ହେଉଛି ଏହି ଅଭ୍ୟାସ ପ୍ରସ୍ତୁତିର ମୂଳ ଲକ୍ଷ୍ୟ। କୋଭିଡ ଟାସ୍କ୍‍ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ କହିଛନ୍ତି, ପ୍ରତିଷେଧକ ଦିଆଯିବା ସମୟରେ ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories