www.samajalive.in
Wednesday, December 10, 2025
16.1 C
Bhubaneswar

ଗୋଟିଏ ଫିଲ୍ମରେ ଅଭିନୟ ଲାଗି ଖିଲାଡ଼ି ଅକ୍ଷୟ ଏଣିକି ନେବେ ଏତିକି ଟଙ୍କା; ବଲିଉଡ଼ରେ ସବୁଠୁ ଅଧିକ

 

ଅକ୍ଷୟ କୁମାର ହେଉଛନ୍ତି ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ଅଭିନେତା। ଅକ୍ଷୟ ପ୍ରାୟ ପ୍ରତିଦିନ ସୁଟିଂ କରନ୍ତି ଏବଂ ବର୍ଷକୁ ତାଙ୍କର ୩ ରୁ ୪ଟି ଫିଲ୍ମ ରିଲିଜ୍ ହୋଇଥାଏ ।  ପୂର୍ବରୁ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ନେଉଥିବା ଅକ୍ଷୟ କୁମାର ୨୦୨୧ ପାଇଁ ତାଙ୍କର ଫି ୧୦୦ କୋଟିରୁ ୧୩୫ କୋଟି ଟଙ୍କାକୁ ବୃଦ୍ଧି କରିଥିବା ଚର୍ଚା ବଲିଉଡ଼ରେ ଆରମ୍ଭ ହୋଇଛି ।

- Advertisement -

ବଲିଉଡ଼ର ସବୁଠାରୁ ହିଟ୍ ଅଭିନେତା ଭାବରେ ଅକ୍ଷୟ ଗଣାଯାଇଥାଆନ୍ତି । ସେ ନିଜ କାମ ପାଇଁ ବେଶ୍ ଦାୟିତ୍ବସମ୍ପନ୍ନ ଓ ଠିକ୍ ସମୟରେ ଫିଲ୍ମ ସାରିବା ଉପରେ ଗୁରୁତ୍ବ ଦେଇଥାଆନ୍ତି । ଏହାଛଡ଼ା ତାଙ୍କର ଲୋକପ୍ରିୟତା ଅଧିକ ଥିବାରୁ ଫିଲ୍ମରେ ଲାଗୁଥିବା ଟଙ୍କା ଫେରି ପାଇବାର ସମ୍ଭାବନା ବେଶୀଥାଏ ବୋଲି ନିର୍ମାତାମାନେ ଭାବିଥାଆନ୍ତି । ତେଣୁ ତାଙ୍କୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ଆଗ୍ରହ ପ୍ରକାଶ କରିଥାଆନ୍ତି ।

ଏହାକୁ ଦୃଷ୍ଟିରେ ରଖି ଅକ୍ଷୟ ନିଜ ଫି ବୃଦ୍ଧି କରିଥିବା କୁହାଯାଉଛି । ନିକଟରେ ତାଙ୍କର ଫିଲ୍ମ ଲକ୍ଷ୍ମୀ ମୁକ୍ତିଲାଭ କରିଥିଲା । ପୂର୍ବରୁ ଏହି ଫିଲ୍ମର ନାମ ‘‘ଲକ୍ଷ୍ମୀ ବମ୍’ ରଖାଯାଇଥିଲା, ମାତ୍ର ବିରୋଧ ଯୋଗୁଁ ଏଥିରୁ ବମକୁ କାଟି କେବଳ ‘ଲକ୍ଷ୍ମୀ’ ରଖା ଯାଇଥିଲା । ଏହାବ୍ୟତୀତ ସୂର୍ଯ୍ୟବଂଶୀ, ବେଲ୍ ବଟମ୍, ରାମ ସେତୁ, ପୃଥ୍ବୀରାଜ ପରି ଆହୁରି କିଛି ଫିଲ୍ମ ପାଇଁ ସେ ସ୍ବାକ୍ଷର କରିଛନ୍ତି ଯାହା ଆଗାମୀ ୨ ବର୍ଷ ମଧ୍ୟରେ ମୁକ୍ତିଲାଭ କରିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories