www.samajalive.in
Wednesday, December 10, 2025
14.1 C
Bhubaneswar

ବ୍ରିଟେନ ଫେରନ୍ତା ୨୯ ଜଣ କରୋନା ନୂଆ ଧାରାରେ ସଂକ୍ରମିତ – ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ବ୍ରିଟେନରୁ ଭାରତକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ଏଯାବତ ୨୯ ଜଣ ଯାତ୍ରୀ କରୋନା ନୂଆ ଧାରା (ଷ୍ଟ୍ରେନ)ରେ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗୁରୁବାର ସୁଦ୍ଧା ଏହି ସଂଖ୍ୟା ୨୫ ଥିବାବେଳେ ଆଜି ଆଉ ୪ କରୋନା ନୂଆ ଧାରାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ବିଭିନ୍ନ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନାରେ ସମ୍ପୃକ୍ତ ସଂକ୍ରାମିତମାନଙ୍କୁ ଅଲଗା ଅଲଗା ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ସେହି ୨୯ ଜଣଙ୍କ ମଧ୍ୟରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ରୋଗ ନିରୂପଣ କେନ୍ଦ୍ରରେ ୮ ଜଣଙ୍କ ନମୁନାରେ ବ୍ରିଟେନରେ ଦେଖା ଦେଇଥିବା ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଆଇଜିଆଇବିରେ ୨ ଜଣ, ଦିଲ୍ଲୀ ଏନଆଇବିଏମଜିରେ ଜଣେ, ପୁଣେ ଏନଆଇଭିରେ ୫ ଜଣ, ହାଇଦ୍ରାବାଦର ସିସିଏମବିରେ ୩ ଜଣ ଏବଂ ବାଙ୍ଗାଲୋର ନିମହାନସରେ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ସମ୍ପୃକ୍ତ ଯାତ୍ରୀଙ୍କ ସହ-ଯାତ୍ରୀ, ପାରିବାରବର୍ଗ ଏବଂ ଅନ୍ୟମାନଙ୍କ ପାଇଁ ବ୍ୟାପକ ଯୋଗାଯୋଗ ଅନୁସନ୍ଧାନ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବ୍ରିଟେନର ଏହି ନୂତନ ପ୍ରକାରର କରୋନା ଷ୍ଟ୍ରେନ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍ ଏବଂ ସିଙ୍ଗାପୁରରେ ମଧ୍ୟ କାୟା ବିସ୍ତାର କରିଛି। ବ୍ରିଟେନରୁ ସୃଷ୍ଟି ହୋଇଥିବା ଭାଇରସ ରିପୋର୍ଟକୁ ଭାରତ ସରକାର ଗ୍ରହଣ କରିଥିଲେ ଏବଂ ଏହାକୁ ଚିହ୍ନଟ ଓ ମୁକାବିଲା କରିବା ପାଇଁ ଏକ ସକ୍ରିୟ ତଥା ପ୍ରତିଷେଧକ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ମନ୍ତ୍ରଣାଳୟ କହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories