www.samajalive.in
Saturday, December 6, 2025
26.1 C
Bhubaneswar

କଦଳିପିଟା ଗ୍ରାମରେ ମାଗାଣା ସ୍ୱାସ୍ଥ୍ୟଶିବିର

ରେଙ୍ଗାଲି :  ରେଙ୍ଗାଲି ବ୍ଳକ୍ କତରବଗା ପଞ୍ଚାୟତ ର କଦଳିପିଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଡକ୍ରସ୍ ସମ୍ବଲପୁର ଏବଂ ରେଙ୍ଗାଲି ର ସ୍ୱାଧିନ ଏକତା ସଙ୍ଗଠନର ମିଳିତ ଆନୁକୂଲ୍ୟ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। କଦଳିପିଟା ର ଫ୍ରେଣ୍ଡ୍ସ୍ କ୍ଳବ୍ ଏବଂ ରେଙ୍ଗାଲି ର ପ୍ରେମ୍ ମେଡିକାଲ୍ ର ସହଯୋଗରେ ପରିଚାଳିତ ଏହି ଶିବିରରେ ୧୮୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା। ଡାକ୍ତର ଆଶିଷ କୁମାର ପଣ୍ଡିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର କୁ ଉଦ୍ଘାଟନ କରିଥିଲେ। ଡା.ଚିନ୍ତାମଣୀ ମେହେର, ଡା. ଅଭିଜିତ ଶର୍ମା, ଡା.ଚନ୍ଦକାନ୍ତ କର ଶିବିରରେ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏ.ଏନ୍.ଏମ୍ ସୁନିତା ଭୋଇ ଆଶା କର୍ମୀ ଯଜ୍ଞସେନି ପ୍ରଧାନ, ଅଙ୍ଗନବାଡି କର୍ମୀ ଜାହ୍ନବୀ ଭୋଇ ,ଟେକ୍ନିସିଆନ୍ ପ୍ରମୋଦ ପ୍ରଧାନ, ଫର୍ମାସିଷ୍ଟ ଟିକେଶ୍ୱର ସାହୁ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ବଣ୍ଟନରେ ସହାୟତା କରିଥିଲେ। ତ୍ରିଲୋଚନ ନେତ୍ରାଳୟର ଚକ୍ଷୁରୋଗ ବିଶେଷଜ୍ଞ ସୁଧାଂଶୁ ଖଣ୍ଡୁଆଲ୍ ଚକ୍ଷୁରୋଗୀଙ୍କ ପରୀକ୍ଷା କରି ମୋତିଆ ବିନ୍ଦୁ ଚିହ୍ନଟ କରିଥିଲେ। ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ ର ରୁ ଏମ୍.ଏସ୍.ଡ୍ୱୁ ଛାତ୍ର ଧନଞ୍ଜୟ ମଲ୍ଲିକ ଏବଂ ରୀନା ମହାରଣା ଶିବିର କୁ ଓରିଏନ୍ଟେସନ୍ ପରିଦର୍ଶନ ରେ ଆସିଥିଲେ। ସ୍ୱାଧିନ ଏକତା ସଙ୍ଗଠନ ଏବଂ ଫ୍ରେଣ୍ଡ୍ସ୍ କ୍ଳବ୍ ରାଜୀବ କୁମାର ମିଶ୍ର, ଦିବ୍ୟକିଶୋର ସରାଫ୍,ନବୀନ ସାହୁ,ସୁଜିତ କୁମାର ସାହୁ,ସୁଧାଂଶୁଶେଖର ଭୋଇ ପ୍ରମୁଖ କର୍ମକର୍ତ୍ତା ଓ ସଭ୍ୟ ମାନେ ଶିବିର ଆୟୋଜନ ଏବଂ ପରିଚାଳନାରେ ସକ୍ରିୟ ଦାୟିତ୍ୱ ତୁଲାଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories