www.samajalive.in
Saturday, December 6, 2025
16.1 C
Bhubaneswar

ଚାମୋଲିରେ ବାଦଲଫଟା ବର୍ଷା; ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

ରିଷିକେଶ:  ଉତ୍ତରାଖଣ୍ଡର ଚାମୋଲି ଜିଲାରେ ସୋମବାର ପ୍ରତ୍ୟୁଷରେ ବାଦଲ ଫଟା ବର୍ଷା ହୋଇଛି। ଭୋର ପ୍ରାୟ ୫.୩୦ରେ ନାରାୟଣ ନଗର ବ୍ଲକର ପାଙ୍ଗତି ଗ୍ରାମରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ ସେଠାରେ ଥିବା ସୀମାନ୍ତ ସଡକ ସଂଗଠନ (ବିଆରଓ)ର ଅସ୍ଥାୟୀ ଆଶ୍ରୟସ୍ଥଳଗୁଡିକ ନଷ୍ଟ ହୋଇଯାଇଛି। ବର୍ଷା ଜଳରେ ପାହାଡ ଉପରୁ ମାଟି ଅତଡା ଧସିବା ଫଳରେ ତାହାତଳେ ବହୁ ସଂଖ୍ୟକ ଗାଡିମଟର ରହିଯାଇଥିବା ଖବର ମିଳିଛି। ତେବେ ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସଠିକ ସୂଚନା ମିଳିନାହିଁ। ବାଦଲ ଫଟା ବର୍ଷା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories