www.samajalive.in
Thursday, December 11, 2025
18.1 C
Bhubaneswar

ଅନେକ ସ୍ବାସ୍ଥ୍ୟ ସମସ୍ୟାର ଗୋଟିଏ ସମାଧାନ ସୋରିଷ

ସାଧାରଣତଃ ଆମ ସମସ୍ତଙ୍କ ଘରେ ସୋରିଷ ସହଜରେ ଉପଲବ୍ଧ। ଖାଦ୍ୟ ପ୍ରସ୍ତୁତିରେ ଏହା ବିଶେଷ ରୂପେ ବ୍ୟବହାର ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ସୋରିଷ ସହାୟକ ହୋଇଥାଏ। ଉଭୟ ସୋରିଷ ଓ ସୋରିଷ ତେଲ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ସୋରିଷରେ କେରୋଟିନ୍, ଲୁଟ୍ରିନ୍, ଭିଟାମିନ୍-ଏ, ଭିଟାମିନ୍-ସି ଆଦି ରହିଥାଏ। ଏହା ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ଭାବେ ମଧ୍ୟ କାମ କରିଥାଏ। ତେବେ ଚାଲନ୍ତୁ ଜାଣିବା ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂରେଇବା ପାଇଁ ସୋରିଷର ବ୍ୟବହାର ଓ ଲାଭ ବିଷୟରେ –

-ସୋରିଷ ଗୁଣ୍ଡକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନାକ ଉପରେ ଲଗାନ୍ତୁ। ଏହା ଦ୍ବାରା ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ।
-ସୋରିଷ ତେଲରେ ଜୁଆଣୀ, ରସୁଣ ଓ ହେଙ୍ଗୁ ପକାଇ ଅଳ୍ପ ଗରମ କରନ୍ତୁ। ତା’ପରେ ଏହାକୁ ଅଣ୍ଟାରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଅଣ୍ଟା ବିନ୍ଧାରୁ ରକ୍ଷା ମିଳିପାରିବ।
-ହାଲୁକା ଉଷୁମ ପାଣିରେ ସୋରିଷ ଗୁଣ୍ଡ ମିଶାଇ ପାଦକୁ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ। ଏହାଦ୍ବାରା ପାଦ ଓ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବ।
-ମାସିକ ଧର୍ମ ସମୟରେ ଉପୁଜୁଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ସୋରିଷ ଗୁଣ୍ଡକୁ ଗରମ କ୍ଷୀର ସହ ମିଶାଇ ଦିନକୁ ୨ଥର ପିଅନ୍ତୁ। ଏହାଦ୍ବାରା କଷ୍ଟ ଦୂର ହେବା ସହ ସେହି ସମୟର ସମସ୍ୟାରୁ ରକ୍ଷା ପାଇପାରିବେ।
-ସୋରିଷ ଗୁଣ୍ଡକୁ ମହୁ ସହିତ ମିଶାଇ ସେବନ କରିବା ଦ୍ବାରା କଫ, ଥଣ୍ଡା ଓ କାଶ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories