www.samajalive.in
Monday, December 15, 2025
26.1 C
Bhubaneswar

ଖାଆନ୍ତୁ ଏହି ଫଳ ଓ ପରିବା

ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ, ଭିଟାମିନ, ମିନେରାଲ୍ସ ଆଦି ରହିଛି। ଜାଣନ୍ତୁ ୨ଟି ମୁଖ୍ୟ ପନିପରିବା ଓ ଫଳ ବିଷୟରେ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ଓ ଆବଶ୍ୟକ। ସେଭଳି କେତେକ ଫଳ ମଧ୍ୟରେ ସ୍ୱାସ୍ଥ୍ୟ ଉପକାରୀ ଏକ ଫଳ ହେଉଛି ମୌସୁମୀ। ଏହାର ସ୍ୱାଦ ମଧ୍ୟ ଖଟା-ମିଠା। ତେଣୁ ପିଇବାକୁ ମଧ୍ୟ ସୁଆଦିଆ ଲାଗେ। ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ
୧- ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
୨- ଏହା ଚକ୍ଷୁ, ଚର୍ମ , କେଶକୁ ମଧ୍ୟ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
୩- ହାଡ଼କୁ ସୁସ୍ଥ ଓ ମଜଭୂତ କରିବା ପାଇଁ ସହାୟକ ହୋଇଥାଏ।
୪- ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୫- ଗର୍ଭବତୀ ମହିଳାମାନେ ମଧ୍ୟ ଏହାକୁ ପିଇପାରିବେ।
୬- ଏହା ଖାଦ୍ୟ ହଜମ ପାଇଁ ବେଶ ଲାଭଦାୟକ ହୋଇଥାଏ।
୭- ମଧୁମେହ ରୋଗୀମାନେ ମଧ୍ୟ ଏହାର ସେବନ କରିପାରିବେ।
୮- ମୌସୁମୀ ଜୁସରେ ପ୍ରଚୁର ପରିମାଣରେ ଭିଟାମିସ ସି ଥିବାରୁ ଏହା ଦାନ୍ତ , ଦାନ୍ତ ମାଢି ପାଇଁ ବେଶ ଲାଭଦାୟକ।
ଅମୃତଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
– ଏଥିରେ ଫାଇବର ଓ ପୋଟାସିୟମ ପ୍ରଚୁର ମାତ୍ରାରେ ଥିବାରୁ ଏହା ହୃଦୟ ସହ ଜଡ଼ିତ ବିଭିନ୍ନ ରୋଗରୁ ଦୂର କରିବା ପାଇଁ ସହାୟକ ହୋଇଥାଏ।
– ରକ୍ତଚାପ ରୋଗୀଙ୍କ ପାଇଁ ଅମୃତଭଣ୍ଡାର ସେବନ ଆଶୀର୍ବାଦ ଠାରୁ କମ ନୁହେଁ।
– ଅମୃତଭଣ୍ଡାକୁ ନିୟମିତ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀରକୁ ବିଭିନ୍ନ ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ।
– ଏଥିରେ ଥିବା ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ କୋଲେଷ୍ଟେରୋଲ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ।
– ଓଜନ ହ୍ରାସ ହୋଇଥାଏ।
– ଏଥିରେ ଭିଟାମିନ ଏ ଓ ସି ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ସେବନ କରିବା ଉତ୍ତମ।
ଅମୃତଭଣ୍ଡାକୁ ପାଚିବା ଅବସ୍ଥାରେ ଓ କଞ୍ଚାକୁ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖିଆଯାଏ।
ଏହାକୁ ସୁବିଧାରେ ବଜାରରୁ ଆପଣ କିଣି ଆଣି ପାରିବେ। ଏହା ଶରୀରକୁ ସୁସ୍ଥ ରଖିଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories