www.samajalive.in
Friday, December 5, 2025
20.1 C
Bhubaneswar

ଉତ୍ତମ ନିଦ୍ରା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଉତ୍ତମ ସ୍ୱାସ୍ଥ୍ୟ ରାତିରେ ଭଲ ଭାବେ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର କର୍ମକ୍ଷେତ୍ର ଜୀବନରେ ସମୟର ଅଭାବ ହେତୁ ଲୋକେ ସଠିକ ଭାବେ ଶୋଇ ପାରନ୍ତି ନାହିଁ। ବେଳେ ବେଳେ ଏପରି ହୋଇଥାଏ ଯେ, ସମୟ ଥିଲେ ମଧ୍ୟ ଚିନ୍ତା କାରଣରୁ ଭଲ ଭାବେ ନିଦ ହୋଇନଥାଏ। ମାନସିକ ଓ ଶାରିରୀକ ଶାନ୍ତି ପାଇଁ ୬ ରୁ ୭ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଏତଦ ବ୍ୟତୀତ ରାତିରେ ନିଜ ଖାଦ୍ୟରେ ଏପରି କିଛି ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ ଯେଉଁଥିରେ ଥିବା ପୋଷକ ତତ୍ତ୍ୱ ଭଲ ନିଦ ହେବାରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ। ଜାଣନ୍ତୁ ଏ ବିଷୟରେ….
ଫେଟି ମାଛ –
ଫେଟି ମାଛରେ ଓମେଗା ୩, ଫେଟି ଏସିଡ଼, ଡ଼ିଏଚ୍‍ଏ ରହିଛି। ଯାହା ମାନସିକକୁ ସୁସ୍ଥ ରଖେ। ମାନସିକ ସୁସ୍ଥ ରହିବା କାରଣରୁ ଆପଣଙ୍କୁ ଭଲ ନିଦ ହୋଇଥାଏ।
ବାଦାମ –
୨୮ ଗ୍ରାମ ବାଦାମରେ ପ୍ରାୟ ୩୨ ଭାଗ ମ୍ୟାଗ୍ନେସିୟମ, ୧୭ ପ୍ରତିଶତ ରାଇବୋଜିୟମ, ୧୪ ପ୍ରତିଶତ ଫସଫରସ ରହିଛି। ଏହି ସମସ୍ତ ତତ୍ତ୍ୱ ଶରୀରରେ ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ।
କ୍ଷୀର –
ନିୟମିତ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦ ହେବାକୁ ସାହାଯ୍ୟ କରିବା ସହ ଅନିଦ୍ରା ସମସ୍ୟାକୁ ଦୂର କରେ।
କିୱି –
ଏକ ମଧ୍ୟମ ଧରଣର କିୱିରେ ପ୍ରାୟ ୫୦ କ୍ୟାଲୋରୀ ଓ ୩୮ ପ୍ରତିଶତ ଭିଟାମିନ କେ ରହିଛି। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ଗୋଟିଏ କିୱି ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ଅଖରୋଟ –
ଅଖରୋଟରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଫସଫରସ ଆଦି ରହିଛି। ଯାହା ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ସହଜରେ ନିଦ ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories