www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷା ଦିନରେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ

ବର୍ଷାଦିନ ଆରମ୍ଭ ହୋଇ ସାରିଲାଣି। ଏହିଦିନରେ ଅଧିକାଂଶରେ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ସାଧାରଣତଃ ଲୋକଙ୍କୁ ତୈଳ ଯୁକ୍ତ ଓ ବାହାରର ଖାଦ୍ୟପେୟ ଖାଇବାକୁ ବେଶ ପସନ୍ଦ। ବର୍ଷା ଦିନରେ ଏହି ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବା ସହ ବିଭିନ୍ନ ରୋଗରେ ଶରୀର ଆକ୍ରାନ୍ତ ହୋଇଥାଏ। ତେଣୁ ଏହି ଦିନରେ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଆବଶ୍ୟକ। ଜାଣନ୍ତୁ ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ….
ହର୍ବଲ ଟି –
ଜଳଖିଆ ରୁଟି ଅଥବା ପାଉଁରୁଟି ଖାଇବା ପରେ ହର୍ବଲ ଟି ନିଶ୍ଚୟ ପିଅନ୍ତୁ। ହର୍ବଲ ଟିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଶରୀରରେ ବିଭିନ୍ନ ରୋଗ ଜୀବାଣୁକୁ ନଷ୍ଟ କରିବା ସହ ଏହାକୁ ପିଇବା ଦ୍ୱାରା ସତେଜ ଅନୁଭୂତ ହୋଇଥାଏ।
ଡ଼୍ରାଏ ଫ୍ରୁଡ୍ସ –
କାଜୁ , ବାଦାମ, ଅଖରୋଟ, ଖଜୁରୀ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ପ୍ରତିରୋଧ କରିବା ପାଇଁ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ସ୍ୱାସ୍ଥ୍ୟକୁ ଆବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
ଦହି –
ଦହିରେ ପ୍ରୋଟିନ ଓ ଉତ୍ତମ ବ୍ୟାକ୍ଟେରିଆ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ବର୍ଷା ଦିନରେ ନିଜ ଖାଦ୍ୟରେ ଦହି ନିଶ୍ଚୟ ସାମିଲ କରନ୍ତୁ। ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
ଫଳ ଓ ପରିବା ଜୁସ –
ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ  ଭିଟାମିନ, ପ୍ରୋଟିନ ଓ ମିନେରାଲ୍ସ ଥାଏ। ତେଣୁ ଫଳ ଓ ପନିପରିବାର ଜୁସ ପିଇବା ଦ୍ୱାରା ଏହା ଶରୀରରେ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories