ଦିନ ୧୧ଟା – ମୁଖ୍ୟ ଖବର

(୧) ଆଜି ରାଜ୍ୟରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ପ
– ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
(୨) ଜିଗିନିପୁର ବଳସାହି ଛକ ୮ନଂ କେନାଲରୁ ବ୍ୟବସାୟୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
(୩) ଝାଡ଼ଖଣ୍ଡର ଲାତେହାର ଓ ଡାଲଟନଗଞ୍ଜ ଷ୍ଟେସନ ମଝିରେ ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସର ଏସ୍‌-୯ ବଗିରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ୍‌ ସୂଚନା
(୪) ଟି ଟ୍ବେଣ୍ଟିରେ ବାଂଲାଦେଶକୁ ୮ ୱିକେଟରେ ହରାଇଲା ଭାରତ
– ଆସନ୍ତାକାଲି ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରୁ ବିଜୟୀ ଟିମ୍‌ ସହ ଫାଇନାଲ୍ ଖେଳିବ ଭାରତ
(୫) କୋରାପୁଟ ମାନୁବାର-ଜରଟି ଷ୍ଟେସନ ମଝି ରେଳ ଧାରଣାରେ ପଡ଼ିଛି ବଡ଼ ପଥର
– ଅଟକି ରହିଛି ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ
(୬) ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
– ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବା ନେଇ ସୂଚନା (୭) ଏସିଆନ ଗେମ୍ସରେ ଭାରତକୁ ୫ ପଦକ – ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ
(୮) ଆଜି ଇନ୍ଦୋରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ
(୯) ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୮୩ ଫୁଟ୍‌, ବାମ ପାର୍ଶ୍ୱରେ ୧୬ ଓ ଡାହାଣ ପାର୍ଶ୍ୱରେ ପଟୁ ୮ଟି ଗେଟ୍ ଖୋଲା
– ଜଳଭଣ୍ଡାରକୁ ପ୍ରବେଶ କରୁଛି ୪,୧୧,୪୪୪ କ୍ୟୁସେକ୍ ଜଳ ଓ ନିଷ୍କାସିତ ହେଉଛି ୪,୨୨,୫୬୨ କ୍ୟୁସେକ୍ ଜଳ
(୧୦) ଆଜି ସୁନ୍ଦରଗଡ଼ରେ ୯ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି

Comments are closed.