www.samajalive.in
Monday, December 15, 2025
26.1 C
Bhubaneswar

ଡମ୍ଫର ଧକ୍କା​‌ରେ ୬ କାଉଡିଆଙ୍କ ମୃତ୍ୟୁ ଘଟଣା; ୨୪ଘଣ୍ଟା ପରେ ବଦଳିଲେ ଏସ୍‌ପି  

ଉତ୍ତରପ୍ରଦେଶ: ହାଥରସର ସାଦାବାଦ ରାସ୍ତାରେ ଡମ୍ଫର ଧକ୍କା​‌ରେ ୬ଜଣ କାଉଡିଆଙ୍କ ମୃତ୍ୟୁ ଘଟଣାରେ ସରକାର କଡ଼ା ପଦ​‌କ୍ଷେପ ନେଇଛନ୍ତି । ହାଥରସର ଏସପି ବିକାଶ କୁମାର ବିଦ୍ୟାଙ୍କୁ ବଦଳି କରାଯାଇଛି । ହାଥରସରୁ ତାଙ୍କୁ ମିର୍ଜାପୁରକୁ ପଠାଇ ଦିଆଯାଇଛି । ତାଙ୍କ ବଦଳରେ ହାଥରସର ଏସପି ଭାବେ ଦେବେଶ କୁମାର ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନା​‌ ଥାଉ କି ଗତକାଲି ହାଥରସର ସାଦାବାଦ ରାସ୍ତାରେ ଏକ ଡମ୍ଫର ଧକ୍କା​‌ରେ ୬ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିଲା । ତାହାସହ ୨ଜଣ କାଉଡିଆ ଗୁରୁତର ହୋଇଥିଲେ ।

ପରେ ଗୁରୁତର ୨ଜଣଙ୍କୁ ଉଦ୍ଧାର କରାଯାଇ ଉଭୟଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କାଉଡିଆ ମାନେ ଗଙ୍ଗାଜଳ ନେଇ ହରିଦ୍ୱାରରୁ ଗାଲିୟର ଯାଉଥିବା ବେଳେ ଏକ ଡମ୍ଫର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳ​‌ରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ଜଣ ଦୁର୍ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଘଟିଥିଲା ।

- Advertisement -

ଏନେଇ ଆଗ୍ରାର ଏଡିଜି ରାଜୀବ କୃଷ୍ଣ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ହେଲେ ଆଜି ଘଟଣାକୁ ନେଇ ହାଥରସର ଏସପି ବିକାଶ କୁମାର ବିଦ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ହାଥରସ ଏସପି ପଦରୁ ବଦଳି କରାଯାଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories