www.samajalive.in
Saturday, December 6, 2025
23.1 C
Bhubaneswar

ହରିୟାଣାରେ ଚାଞ୍ଚଲ୍ୟ: ଗାଡି ଭିତରୁ ୭ ମୃତଦେହ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁସାରେ ସେକ୍ଟର ୨୬ ସ୍ଥିତ ଓଜସ୍‍ ହସ୍ପିଟାଲରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସେକ୍ଟର ୬ସ୍ଥିତ ଜିଲ୍ଲା ହସ୍ପିଟାଲରେ ହୋଇଛି । ମୃତକମାନେ ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା ଥିଲେ । ସେମାନେ ହେଲେ ବାପା ପ୍ରବୀଣ ମିତ୍ତଲ, ଦେଶରାଜ ମିତ୍ତଲ ଏବଂ ତାଙ୍କ ସ୍ତ୍ରୀ, ମା, ଦୁଇ ଝିଅ ଓ ପୁଅ ହୋଇଥିବା ସୂଚନା ମିଳିଛି । ପରିବାର ସଦସ୍ୟ ଦୀର୍ଘ ଦିନ ହେବ ଋଣଗ୍ରସ୍ତରେ ଥିଲେ ।

ମିଳିଥିବା ସୂଚନା ଅନୁସାରେ ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ ତାଙ୍କ ପରିବାର ସହିତ ପଞ୍ଚକୁଲାର ବାଗେଶ୍ୱର ଧାମରେ ଆୟୋଜିତ ହନୁମାନ କଥା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ଡେରାଡୁନ ଫେରିବା ସମୟରେ ସେ ଏହି ପଦକ୍ଷେପ ନେଇଥିଲେ । ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍‍ ଜବତ କରି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ ପରିବାର ସଦସ୍ୟଙ୍କର ଏକ ଟୁର୍‍ ଆଣ୍ଡ ଟ୍ରାଭେଲ୍ସ ବ୍ୟବସାୟ ରହିଥିଲା । ଏଥିରେ ବହୁତ କ୍ଷତି ହେବାରୁ ପରିବାର ଲୋକ ପେଟ ପୋଷିବା ବି କାଠିକର ହୋଇଥିଲା । ଫଳରେ ଋଣ କିପରି ସୁଝିବେ ସେ ଚିନ୍ତାରେ ପରିବାର ଲୋକ ଏତେ ବଡ ପଦକ୍ଷେପ ନେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories