www.samajalive.in
Sunday, December 7, 2025
23.1 C
Bhubaneswar

ରାମ ରହିମଙ୍କୁ ପୁଣି ମିଳିଲା ପାରୋଲ, ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ

ହରିୟାଣା: ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଛନ୍ତି। ରାମ ରହିମଙ୍କୁ ଶୁକ୍ରବାର ପୁଣି ଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍‌‌ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ ଆସିଥିଲେ।

ହରିୟାଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ୟୁପି ବାଗପାଟର ବର୍ଣ୍ଣୱା ଆଶ୍ରମରେ ରହିବେ। ଶୁକ୍ରବାର ସନ୍ଧ୍ୟା କିମ୍ବା ଶନିବାର ସକାଳେ ରାମ ରହିମ ରୋହତକ ଜେଲରୁ ବାହାରିବେ। ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ । ହରିଆଣା ସରକାର ରାମ ରହିମଙ୍କୁ ନଭେମ୍ବର ମାସରେ ୨୧ ଦିନ ପାଇଁ ପାରୋଲ ଦେଇଥିଲେ । ସେତେବେଳେ ସେ ୨୧ ଦିନ ଯାକ ଉତ୍ତର ପ୍ରଦେଶର ବାଗବତ ଆଶ୍ରମରେ ରହିଥିଲେ । ଏହାପରେ ଡିସେମ୍ବର ୨୧ ତାରିଖରେ ସେ ଜେଲକୁ ଫେରିଯାଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories