www.samajalive.in
Saturday, December 6, 2025
14.1 C
Bhubaneswar

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କରୋନା ପଜିଟିଭ୍, ନିଜେ ଟ୍ୱିଟ୍ କରି ଦେଲେ ସୂଚନା

ଚଣ୍ଡିଗଡ଼ : ହରିୟାଣା ବିଧାନସଭାରେ ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଛନ୍ତି। ସୋମବାର ସକାଳେ ପଞ୍ଚକୁଲାର ଲ୍ୟାବରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ କରିଛି।


ସୂଚନାଯୋଗ୍ୟ ଯେ, ୨୬ ଅଗଷ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଏବଂ ସରକାର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଧାୟକ, ଅଧିକାରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ବାଚସ୍ପତି ଜ୍ଞାନ ଚନ୍ଦ୍ର ଗୁପ୍ତା ମଧ୍ୟ ନିଜର କରୋନା ପରୀକ୍ଷା କରାଇଥିଲେ। ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି। ଏହା ସହ ଜଣେ ବିଜେପି ବିଧାୟକଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ବିଧାୟକ ହଷ୍ଟେଲ ସେକ୍ଟର-୩ରୁ ତିନିଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଇନ୍ଦ୍ରିର ଜଣେ ବିଧାୟକ ରାମ କୁମାର କାଶ୍ୟପ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

- Advertisement -

ବାଚସ୍ପତି ଗୁପ୍ତା ଏବଂ ବିଧାୟକ କାଶ୍ୟପ ଏହି ଅଧିବେଶନରେ ଅଂଶଗ୍ରହଣ କରିପାରିବେ ନାହିଁ। ବର୍ତ୍ତମାନ ସେମାନେ ଘରେ ସଙ୍ଗରୋଧରେ ରହିଛନ୍ତି। ରବିବାର ଦିନ ବାଚସ୍ପତିଙ୍କ ପିଏ ଏବଂ ଜ୍ୱାଇଁଙ୍କ ସମେତ ୬ ଜଣ ବିଧାନସଭା କର୍ମଚାରୀ କରୋନା ପଜିଟିଭ୍ ବାହାରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories