www.samajalive.in
Saturday, December 13, 2025
23.1 C
Bhubaneswar

ହରିୟାଣାରେ ଶନିବାର ବିଜେପି ବିଧାୟକ ଦଳ ବୈଠକ ଓ ନେତା ନିର୍ବାଚନ : ଅନିଲ ଜୈନ

ଚଣ୍ଡୀଗଡ଼ : ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା​‌ ପରେ ଏବେ ସରକାର ଗଠନ ନେଇ ପ୍ରକ୍ରିୟା ଜୋର ଧରିଛି।​‌ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ତେବେ ବିଜେପିର ହରିୟାଣା ପ୍ରଭାରୀ ଅନିଲ ଜୈନ କହିଛନ୍ତି ଯେ, ସରକାର ଗଠନ ପାଇଁ ତାଙ୍କ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିବ।

ଶନିବାର ସକାଳ ୧୧ଟାରେ ଚଣ୍ଡୀଗଡ଼ରେ ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ସମୀକ୍ଷକ ଭାବେ ଅର୍ଥବନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାସଚିବ ଅରୁଣ ସିଂହ ଯୋଗଦେବେ। କାଲି ମଧ୍ୟ ବିଧାୟକ ଦଳ ନେତା ମନୋନୀତ ହେବେ। ଏହା ପରେ ହରିୟାଣାରେ ସରକାର ଗଠନ ପାଇଁ ଆମେ ରାଜ୍ୟପାଳଙ୍କୁ ସାକ୍ଷାତ କରିବୁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନୂଆଦିଲ୍ଲୀରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି।

- Advertisement -
Image Credit : DD News

ସୂଚନା ଯୋଗ୍ୟ,୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୪୬ ବିଧାୟକ ଆବଶ୍ୟକ। ଏଠାରେ ବିଜେପିକୁ ୪୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧ ଓ ଆଞ୍ଚଳିକ ଦଳ ଜନନାୟକ ଜନତା ପାର୍ଟି(ଜେଜେପି)କୁ ୧୦ ଆସନ ମିଳିଥିବାବେଳେ ଆଇଏନଏଲଡିକୁ ୨ ଏବଂ ୮ଟି ଆସନରେ ସ୍ବାଧୀନ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଜେପିକୁ ୫ ସ୍ବାଧୀନ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି। ଏହି ୫ ସ୍ବାଧୀନ ବିଧାୟକ ରଣଧୀର ଗୋଲନ, ବଲରାଜ କୁଣ୍ଡୁ, ରଣଜିତ ସିଂହ, ରାକେଶ ଦୌଲତାବାଦ ଏବଂ ଗୋପାଳ କାଣ୍ଡା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories