www.samajalive.in
Thursday, December 11, 2025
26.1 C
Bhubaneswar

‘ଓଡିଶା-ମୋ ପରିବାର ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର:ପରିବେଶ,ସ୍ବାସ୍ଥ୍ୟ ସେବା,ରକ୍ତ ଦାନ ଓ ବିପନ୍ନ ଓଡିଆଙ୍କୁ ଗୁରୁତ୍ବ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ସମାଜ ସେବା କାର୍ଯ୍ୟକ୍ରମ ‘ଓଡିଶା ମୋ-ପରିବାର’ ର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯିବ । ବିଭିନ୍ନ ସମୟରେ ବିଦେଶରେ ରହୁଥିବା ଓଡିଆମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ବିଜୁ ଜନତା ଦଳର କର୍ମୀମାନେ କାମ କରିବେ ବୋଲି କହିବା ସହ ବିଜେଡିର ଏହି ପ୍ରୟାସ ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ‘ଓଡିଶା-ମୋ ପରିବାର’ରେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି । ପରିବେଶ ସୁରକ୍ଷା ମାଧ୍ୟମରେ ବିଜେଡିର କର୍ମୀଭାଇ ଭଉଣୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଏଦିଗରେ ଲୋକଙ୍କୁ ସଚେତନ କରାଇବେ । ରକ୍ତ ଦାନ ସେବା ଓ କଲ୍ୟାଣ- ଯାହାକି ଜୀବନ ବିନ୍ଦୁ ଭଳି କାର୍ୟ୍ୟକ୍ରମ । ତେବେ ଏହାର ଏକମାତ୍ର ଲକ୍ଷ୍ୟ ହେଲା ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ନାୟକ, ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହକ ଦାୟିତ୍ୱ ଦିଆଯାଇଛି ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories