ବିଚ୍ଛିନ୍ନାଞ୍ଚଳରୁ ଉଦ୍ଧାର କିଡ଼ନୀ ରୋଗୀଙ୍କ ମୃତ୍ୟୁ, ମିଳିଲା ହରିଶ୍ଚନ୍ଦ୍ର ସହାୟତା
ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ସଂକୁଲେଇ ପଂଚାୟତର ବୁଲୁରା ଗ୍ରାମର ରମେଶ ଦୀପଙ୍କ ଭଳି ଜଣେ କିଡ଼ନୀ ରୋଗୀଙ୍କ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ଶନିବାର ପଂଚାୟତ ସରପଞ୍ଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ ଭେଟି ସମବେଦନା ଜଣାଇବା ସହିତ ୩ହଜାର ଟଙ୍କା ହରିଶ୍ଚନ୍ଦ୍ର ସହାୟତା ଯୋଗାଇ ଦେଇଛନ୍ତି।ମୃତ ରମେଶଙ୍କ ଘରେ ପତ୍ନୀ, ଝିଅ, ପୁଅ ଅଛନ୍ତି। ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି। ସୂଚନା ଥାଉ କି ବନ୍ୟା ଯୋଗୁଁ ହରଭଙ୍ଗା ଧଳପୁର ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଛିନ୍ନ ରହିଥିଲା। ଗତ ୩ତାରିଖ ଦିନ ରମେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଚ୍ଛିନ୍ନାଞ୍ଚଳରୁ ବୋଟ୍ ସାହାଯ୍ୟରେ ଉଦ୍ଧାର କରି ଅଗ୍ନିଶମ ବାହିନୀ ମେଡିକାଲ ଚିକିତ୍ସା ପାଇଁ ପଠାଇଥିଲେ।
Comments are closed.