www.samajalive.in
Monday, December 8, 2025
14.1 C
Bhubaneswar

ହରିଲାଲ ମେହେରଙ୍କୁ ଜାତୀୟ ସନ୍ଥ କବୀର ହସ୍ତତନ୍ତ ସମ୍ମାନ

ରେଙ୍ଗାଲିକ୍ୟାମ୍ପ: ଦଶମ  ଜାତୀୟ ହସ୍ତତନ୍ତ ଦିବସରେ  ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ବାନ୍ଧ ଶିଳ୍ପୀ ହରିଲାଲ ମେହେରଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜାତୀୟ  ସନ୍ଥ କବୀର ହସ୍ତତନ୍ତ ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ରୂପରେ ତାଙ୍କୁ ୧୦ ଗ୍ରାମର ସ୍ଵର୍ଣ୍ଣପଦକ, ୩ ଲକ୍ଷ ୫୦ ହଜାର ଟଙ୍କା ଓ ତାମ୍ର ଫଳକ ସହ ଉପଢୌକନ ପ୍ରଦାନ  କରାଯାଇଛି । ଏହି ସମ୍ବର୍ଦ୍ଧନା ମଞ୍ଚରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ  ଗିରିରାଜ ସିଂହ, ବୈଦେଶିକ ବ୍ୟାପାର ଓ  ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ରହିଥିଲେ। ହରିଲାଲ ମେହେର ଶୈଶବରୁ ବୟନ କାର୍ଯ୍ୟ କରିଆସୁଛନ୍ତି । ସଚିପର ଶାଢ଼ୀ (ଦଶ ଫୁଲିଆ) ତଥା ଲୁପ୍ତ ପାଇ ଯାଉଥିବା ବାନ୍ଧ କଳାକୁ ନୂତନ ଡିଜାଇନ୍ ଦେଇ ତାକୁ ପୁନରୁଦ୍ଧାର  କରି ବାନ୍ଧ କଳାର ଉତ୍କର୍ଷତାକୁ ବୃଦ୍ଧି କରିବାରେ ତାଙ୍କର ଅନବଦ୍ୟ ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ତାଙ୍କର ଏହି ପ୍ରୟାସକୁ ସେ ନିରବଚ୍ଛିନ୍ନ ଭାବେ ଚାଲୁ ରଖିଛନ୍ତି। ସେ ବୁଟାଦାର ଡ଼ିଜାଇନ ଶାଢ଼ୀର ପୁନଃ ପ୍ରବର୍ତ୍ତନ କରିବା ସକାଶେ ୧୯୮୮ ମସିହାରେ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ପୁରସ୍କାର ପାଇଥିଲେ। କେବଳ  ହରିଲାଲ୍ ନୁହନ୍ତି, ଏହି ବାନ୍ଧ କଳା ପାଇଁ ହରିଲାଲଙ୍କ ପରିବାର ପ୍ରତିବର୍ଷ କେନ୍ଦ୍ର ସରକାରଙ୍କଠାରୁ ଜାତୀୟ ହସ୍ତତନ୍ତ ସମ୍ମାନ ପାଇ ଆସୁଛନ୍ତି । ତାଙ୍କର ବଡ ପୁଅ ଗଜପତି ୧୯୯୪ ମସିହାରେ ଓ ସାନପୁଅ  ତ୍ରିପତି ମେହେର ୨୦୦୭ ମସିହାରେ  ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ସମ୍ମାନ ପାଇ ସାରିଛନ୍ତି। ହରିଳାଲ ଏହି  ପୁରସ୍କାର ପାଇବା ପରେ ପରିବାର ତଥା ବାନ୍ଧ ଶିଳ୍ପୀଙ୍କ ମଧ୍ୟରେ ଖୁସି ଓ ଉତ୍କଣ୍ଠା ଦେଖିବାକୁ ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories