www.samajalive.in
Monday, December 8, 2025
13.1 C
Bhubaneswar

ପାଣ୍ଡ୍ୟାଙ୍କୁ ଗାଭାସ୍କରଙ୍କ ଉଚ୍ଚପ୍ରଶଂସା

ମାଉଣ୍ଟ ମୌଙ୍ଗାନୁଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ସହ ସିରିଜ ଜିତିଛି। ଭାରତୀୟ ଦଳ କ୍ରମାଗତ ୩ଟି ମ୍ୟାଚ ଜିତିଥିବା ବେଳେ ବାକି ଦୁଇଟି ମ୍ୟାଚ୍‌ ଔପଚାରିକ ଭାବେ ଖେଳାଯିବ।
କିଛିଦିନ ତଳେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ଦେଇ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଉପରୁ ବାସନ୍ଦାଦେଶ ଉଠିବା ପରେ ସେ ତୃତୀୟ ଦିନିକିଆରେ ଭାରତ ତରଫରୁ ଖେଳିଥିଲେ। ଏହି ମ୍ୟାଚ୍‌ରେ ହାର୍ଦିକ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍‌ ହେନେରି ନିକୋଲ୍‌ସ ଓ ମିଚେଲ୍‌ ସାଣ୍ଟ୍‌ନରଙ୍କୁ ଆଉଟ୍ କରିଥିଲେ। ବେଶ୍‌ କିଛିଦିନ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ବେ ହାର୍ଦିକ ତୃତୀୟ ଦିନିକିଆରେ ଯେପରି ପ୍ରଦର୍ଶନ କଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ମ୍ୟାଚ୍‌ ଶେଷ ହେବା ପରେ ନିଜ ପ୍ରତିକ୍ରିୟାରେ ଗାଭାସ୍କର କହିଥିଲେ ବିମାନରୁ ଓହ୍ଲାଇ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ବେଶ୍‌ କଷ୍ଟକର। ତେବେ ହାର୍ଦିକ ତୃତୀୟ ଦିନିକିଆରେ ଖେଳିବା ସହ ଭଲ ବୋଲିଂ କରିଥିବାରୁ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର। କିଛିଦିନ ପୂର୍ବେ ଯାହା ଘଟିଗଲା ତାହାକୁ ଭୁଲି ହାର୍ଦିକ କ୍ରିକେଟ୍ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲିୟମସନ୍‌ ଚହଲଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। ମିଡ୍‌ୱିକେଟରେ ପାଣ୍ଡ୍ୟା ଏକ ଚମତ୍କାର କ୍ୟାଚ୍‌ ଧରି ୱିଲିୟମସନ୍‌ଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇଥିଲେ। ଏ ସଂପର୍କରେ ମତ ଦେଇ ଗାଭାସ୍କର କହିଥିଲେ ପାଣ୍ଡ୍ୟା ବୋଲିଂ ଓ ବ୍ୟାଟିଂରେ ବେଶ୍‌ ଦକ୍ଷ। ଏଥିସହ ସେ ଜଣେ ଉଚ୍ଚକୋଟିର ଫିଲଡର୍‌ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ହାର୍ଦିକ ଭାରତୀୟ ଦଳରେ ସାମିଲ ହେବା ଦ୍ବାରା ଦଳର ଭାରସାମ୍ୟ ଠିକ୍‌ ରହିଥାଏ ବୋଲି ଗାଭାସ୍କର କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories