ହରଭଙ୍ଗା;୦୭/୦୮(ନି.ପ୍ର)-ବୌଦ୍ଧଜିଲ୍ଲାରେ ଶୁକ୍ରବାର ଆଉ ୩୪ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଦୁଇଶତକ ଛୁଇଁବା ପାଇଁ ଆଉ ମାତ୍ର ୪ରନ ବାକି ରହିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକର ୮ଜଣ କୋରୋନା ଆକ୍ରାନ୍ତ ଏହି ତାଲିକାରେ ଯୋଡି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ପୁରୁଣାକଟକ ଥାନାର ହୋମଗାର୍ଡ ,ଜଣେ ଗ୍ରାମରକ୍ଷୀ ହୋଇଥିବାବେଳେ ଜଣେ ଆଇ.ଆର.ବି କ୍ୟାଣ୍ଟିନ ରୋଷେୟା ଏବଂ ଅନ୍ୟ ୨ଜଣ ପୁରୁଣାକଟକ ନିଉ କୋଲୋନୀ ଯୁବକ ସଂଷ୍ପର୍ଶରେ ଆସିଥିବା ସ୍ଥାନୀୟ ବଜାରର ଦୁଇ ବୋଲି ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।ହରଭଙ୍ଗା ଅଞ୍ଚଳରେ ଦ୍ରୁତଗତିରେ ସ୍ଥାନୀୟ ସଂକ୍ରମିତ ହାର ବୃଦ୍ଧି ପାଇ ବର୍ତ୍ତମାନ ସଂଖ୍ୟା-୨୩ରେ ପହଞ୍ଚିଛି। ସଂକ୍ରମିତକୁ ଦୃଷ୍ଟିରେ ରଖି ପୁରୁଣାକଟକ ଥାନାକୁ ସିଲ କରାଯିବା ସହିତ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି।କାରଗିଲ ବସ୍ତିକୁ ମଧ୍ୟ କଂଟେନମେଂଟଭାବେ ଘୋଷଣା କରାଯାଇଛି।ଆଜିର ସଂକ୍ରମିତ ହାର ଅନ୍ୟଦିନ ତୁଳନାରେ ବ୍ଲକରେ ସର୍ବାଧିକ ହୋଇଥିବାରୁ ବର୍ତମାନ କୋରୋନାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି।ସମସ୍ତ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତରିତ କରାଯାଇଛି। ପୁରୁଣାକଟକ ଥାନା ,ଚାରିଛକ କାରଗିଲ ସାହି,ଚାରିଛକ ବଜାର ଏବଂ ପୁରୁଣାକଟକ ବଜାରକୁ କୁ ଅଗ୍ନିଶମ ବିଭାଗ ଦ୍ୱାରା ଆଜି ସାନିଟାଇଜ୍ କରାଯାଇଛି ।
ହରଭଙ୍ଗାରେ ଦ୍ରୁତଗତିରେ ବଢୁଛି କରୋନା ମିଟର: ପୁରୁଣାକଟକ ଥାନାରୁ ୬, ନିଉ କୋଲୋନୀ ଲିଙ୍କ୍ରେ ୨
Popular Categories



