www.samajalive.in
Monday, December 8, 2025
27.1 C
Bhubaneswar

ଅକ୍ଟୋବର ୨ ପୂର୍ବରୁ ୪ ବିଭାଗରେ ଅନଲାଇନ୍ ସେବା: ଅର୍ଥ, କ୍ରୀଡ଼ା ଓ ଯୁବସେବା, ଭାଷା ଓ ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା

ଭୁବନେଶ୍ଵର: ଅକ୍ଟୋବର ୨ ପୂର୍ବରୁ ୪ ବିଭାଗରେ ଆରମ୍ଭ ହେବ ଅନ୍ ଲାଇନ୍ ସେବା । ଅର୍ଥ, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ଓ ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ବିଭାଗର ସାଧାରଣ ସେବା କାର୍ଯ୍ୟଗୁଡ଼ିକୁ ଅନଲାଇନ​‌ରେ କରାଯିବ । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ବୈଠକରେ ଏ ସମ୍ପର୍କ​‌ରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ ସରକାର ୫-ଟି ଅଧୀନରେ ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିଛନ୍ତି । ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ଏହା ଅତ୍ୟନ୍ତ ସହାୟକ ହୋଇ ପାରିଛି । ସମନ୍ବିତ ଅର୍ଥନୈତିକ ପରିଚାଳନା ବ୍ୟବସ୍ଥା ଜରିଆରେ ଅନେକ କାର୍ଯ୍ୟ ସମ୍ପାଦନ ହୋଇ ପାରୁଛି । ଏବେ ଏହି ବିଭାଗଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇ ପାରିବ । ବିଶେଷଭାବରେ ଟିକସଦାତା   ସରକାରୀ ଟିକସ  ଓ ଅନ୍ୟାନ୍ୟ ଦେୟ ଅନଲାଇନ ପଇଠ କରି ପାରିବେ ବୋଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପେନସନ, ସ୍ଥାୟୀ ଅବସର ଖାତା ଓ ଅନ୍ୟାନ୍ୟ ସରକାରୀ ସୁବିଧା ସହ ଇ-ଜିପିଏଫ୍ ପରି ବ୍ୟବସ୍ଥାଗୁଡ଼ିକୁ ଅର୍ଥ ବିଭାଗ ଅନଲାଇନ୍ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

- Advertisement -

ଅନୁରୂପ ଭାବରେ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ କ୍ରୀଡ଼ାବିତଙ୍କ ପେନସନ, ପରିଚୟପତ୍ର, ବୟସ ପ୍ରମାଣପତ୍ର ଆଦି ଅନଲାଇନରେ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଭାଷା ଏବଂ ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ମଣ୍ଡପ ବୁକିଂ ଅନଲାଇନ୍ କରାଯାଇପାରୁଛି । ବର୍ତମାନ ବିଭାଗ ପକ୍ଷରୁ କଳାକାର, ଲେଖକ, କବି, ଗାୟକମାନଙ୍କର ଅନଲାଇନ୍ ବିବରଣୀ ଡ଼ାଟା ପ୍ରସ୍ତୁତ କରାଯାଉଛି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ‘‘ଓରସାକ୍’’ ବିକଶିତ କରାଯାଇଛି । ଏହା ପ୍ରଶାସନିକ ଓ ଥିମେଟିକ୍ ମାନଚିତ୍ରଗୁଡ଼ିକୁ ଅନଲାଇନ ସେବା ଯୋଗାଇଦେବାକୁ ସକ୍ଷମ । ଓଡ଼ିଶା ସ୍ପେଶ୍ ଆବେଦନ କେନ୍ଦ୍ର ଦ୍ବାରା ସୃଷ୍ଟି ବିଭିନ୍ନ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି । ସେହିପରି ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ବିଭିନ୍ନ ତାଲିମ ପ୍ରମାଣପତ୍ର ଅଂଶଗ୍ରହଣକାରୀଙ୍କୁ ଅନଲାଇନ୍ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏହାକୁ ଆସନ୍ତା ୧୫ ତାରିଖ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି । ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ମିନା, ବିଷ୍ଣୁପଦ ସେଠୀ, ସନ୍ତୋଷ ଷଡ଼ଙ୍ଗୀ, ବିଶାଲ ଦେବ, ଶୁଭା ଶର୍ମା ପ୍ରମୁଖ ଅନଲାଇନରେ ଯୋଗ ଦେଇଥିଲେ ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories