www.samajalive.in
Monday, December 8, 2025
14.1 C
Bhubaneswar

ବୌଦ୍ଧରେ କରୋନା ବିଷ୍ଫୋରଣ, ଆଜି ପୁଣି ୩୪ ନୂଆ ପଜେଟିଭ ଚିହ୍ନଟ

ବୌଦ୍ଧ, : ବୌଦ୍ଧଜିଲାରେ ପୁଣି କରୋନା ବିଷ୍ଫୋରଣ ଘଟିଛି। କିଛିଦିନ ପଜେଟିଭ ସଂଖ୍ୟା କମିବା ପରେ ଆଜି ପୁଣିଥରେ ୩୪ ଜଣ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାକୁ ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡି ଲିଙ୍କ ବୋଲି କୁହାଯାଉଛି। ତେବେ ସଂକ୍ରମିତ ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଅଛି। ସେହିପରି ପୁରୁଣାକଟକ ଥାନା ଅଧୀନରେ କାର୍ଯ୍ୟରତ କିଛି ଗୃହରକ୍ଷୀ, ଗ୍ରାମ ରକ୍ଷୀ ଓ ରୋଷେଇଆକୁ ମିଶାଇ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ବ୍ଲକ ବଲାସିଙ୍ଗା ଗ୍ରାମରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ବଉଳସିଙ୍ଗା ଗ୍ରାମର ୮ ଜଣ ଓ କଟକରେ ରହି କାମ କରୁଥିବା ବୌଦ୍ଧଜିଲ୍ଲାର ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜେଟିଭ ସଂଖ୍ୟା ୧୯୬ ରେ ପହଞ୍ଚିଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ପର୍ଯ୍ୟନ୍ତ ଜିଲାରେ ୪୫୦୯ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୪୨୨୦ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି। ସେମାନଙ୍କ ମଧ୍ୟରୁ ୧୯୬ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଥିବାବେଳେ ୧୩୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆହୁରି ୨୮୯ ଜଣଙ୍କ ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇନଥିବା ଜଣାପଡିଛି। ତେବେ ପୂର୍ବରୁ ଶୁକ୍ରବାର ଠାରୁ ତିନିଦିନ ପାଇଁ ଜିଲାକୁ ସଟଡାଉନ ଘୋଷଣା କରାଯାଇଥିବାବେଳେ ପଜେଟିଭ ଚିହ୍ନଟ ଅଞ୍ଚଳଗୁଡିକୁ ସିଲ କରାଯାଇଛି। ଜିଲାର ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଲକଡାଉନରେ ୫୦% ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତା ନିୟମ ପାଳନ ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାବେଳେ ବୃଦ୍ଧି ପାଉଥିବା କରୋନା ପ୍ରଭାବ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories