www.samajalive.in
Tuesday, December 9, 2025
15.1 C
Bhubaneswar

ନିଜସ୍ୱ ଅର୍ଥରେ କଂକ୍ରିଟ ରାସ୍ତା ନିର୍ମାଣ କଲେ ସ୍ଥାନୀୟ ବାସିନ୍ଦା 

ହରଭଙ୍ଗା :  ପ୍ରଶାସନ ନିକଟରେ ରାସ୍ତା ପାଇଁ ବାରମ୍ବାର ଗୁହାରି କରି ଶେଷରେ ନିଜସ୍ୱ ସମ୍ବଳରେ ପ୍ରତ୍ୟେକ ପରିବାରର ଦାନ ଅର୍ଥରେ ଲୋକେ ୩୦ହଜାର ଟଙ୍କା ବ୍ୟୟବରାଦରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କଂରଜକଟା ଗ୍ରାମରେ। କଂରଜକଟା ମଣ୍ଡପ ସାହିରୁ କନ୍ଧ ସାହିକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେ। ଶେଷରେ ବସ୍ତିର ୨୦ପରିବାର ଘରପିଛା ଚାନ୍ଦା କରି ୩୦ହଜାର ଟଙ୍କା ପାଣ୍ଠି ଯୋଗାଡ କରିଥିଲେ। ନିଜସ୍ୱ ଅର୍ଥରେ ମଣ୍ଡପ ସାହି ଠାରୁ କନ୍ଧସାହି ପର୍ଯ୍ୟନ୍ତ ପୋଲ ସହିତ ଦୀର୍ଘ ୩୦ଫୁଲ ଲମ୍ବର ଏକ କଂକ୍ରିଟ ରାସ୍ତା ନିର୍ମାଣ କରିଥିବା ସ୍ଥାନୀୟ ବାସିନ୍ଦା ଶମ୍ଭୁ ନାଏକ,ଭାସ୍କର ସାହୁ ଅଭିନ ସେଠି,ଅଜିତ ନାୟକ,ଗୌର ଯାନୀ,ପଂଚାନନ ନାଏକ,ପ୍ରମୁଖ କହିଛନ୍ତି। ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ଓାର୍ଡବାସୀ ଭୋଟବର୍ଜ୍ଜନ କରିବେ ବୋଲି ବସ୍ତି ବାସିନ୍ଦା ଧିରେନ ପ୍ରଧାନ,ବାବୁଲା ଜୁଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories