www.samajalive.in
Saturday, December 6, 2025
16.1 C
Bhubaneswar

ଶଯ୍ୟାଶାୟୀ ଅବସ୍ଥାରେ ଗୁପ୍ତେଶ୍ୱର,ବର୍ଷେ ହେଲା ମିଳିନି ଭତା

ହରଭଙ୍ଗା : ବୟସ ୭୦ ପୁରିଲାଣି। ଠିକ ସେ ଚାଲି ବୁଲି ନିଜ କାମ ନିଜେ କରିବା ମୁସ୍କିଲ। ଏଭଳି ଦଇବ ଦୁର୍ଯ୍ୟୋଗରେ ଗୋଡଟି ଭାଙ୍ଗିଯିବାରୁ ସେ ପୂରା ଶଯ୍ୟାଶାୟୀ। ପାଖରେ ଥିବା ଦୁଇ ଅବିବାହିତ ଝିଅଙ୍କ ବୋଝ ସାଙ୍ଗକୁ ମାନସିକ ସନ୍ତୁଳନ ଠିକ ନଥିବା ପତ୍ନୀଙ୍କୁ ନେଇ ତାଙ୍କ ପରିବାର। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତର ମଲ୍ଲିକପଡା ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ଗୁପ୍ତେଶ୍ୱର ଗାଈଗୌରୀଆଙ୍କ କ୍ଷେତ୍ରରେ। ସାମାଜିକ ସୁରକ୍ଷା ଯୋଜନାରେ ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କା ଭତା ମିଳୁଥିଲା। ମାତ୍ର ଦୁର୍ଭାଗ୍ୟକୁ ଗୋଡଟି ଭାଙ୍ଗିଯିବାରୁ ଗତ ମେ ୨୦୨୨ରୁ ସେ ଭତା ଟଙ୍କା ବ୍ୟାଙ୍କକୁ ଆଣିବା ପାଇଁ ଯାଇ ପାରୁନାହାଁନ୍ତି।
ଧଳପୁର ଇଣ୍ଡିଆନ ବ୍ୟାଙ୍କରେ ଜମାଖାତା ଖୋଲିଥିବାବେଳେ ଘର ଠାରୁ ବ୍ୟାଙ୍କର ଦୂରତା ୧୪ କିଲୋମିଟର ରହିଛି। ନିଜେ ନିଜ କାମ କରିବା ମୁସ୍କିଲ ଥିବାବେଳେ ଦୀର୍ଘ ମାସ ହେଲା ଭତା ଟଙ୍କାରୁ ବଂଚିତ ହୋଇ ଗୁପ୍ତେଶ୍ୱର ଦୁଃଖରେ କାଳତିପାତ କରୁଛନ୍ତି। ଅନ୍ୟପଟେ ସି.ଏସ.ପିରେ ଟିପଚିହ୍ନ ନେଉନଥିବାରୁ ସେ ଭତା ଟଙ୍କା ପାଇବାରୁ ବଂଚିତ ହୋଇ ରହିଛନ୍ତି। ଏଭଳି ଶଯ୍ୟାଶାୟୀ ଅବସ୍ଥାରେ ରହିଥିବା ଗୁପ୍ତେଶ୍ୱରଙ୍କ ପାଖରେ କିପରି ବର୍ଷକର ଭତା ଟଙ୍କା ସହିତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ସେ ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories