www.samajalive.in
Saturday, December 6, 2025
15.1 C
Bhubaneswar

ଅନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ- ୨୦୨୩ ପାଳନ

ହରଭଙ୍ଗା : ହରଭଙ୍ଗା ବ୍ଳକରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ପ୍ରୟାସରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ ଠାରେ ଅନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ ୨୦୨୩ ପାଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆ ତଥା ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟ ଚାଷର ବହୁଳ ପ୍ରସାର ଓ ଉପାଦେୟତା ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ମାଆ ମାନଙ୍କ ଦ୍ଵାରା ମାଣ୍ଡିଆ ଓ ସୁ଼ଆଁ ତିଆରି ସଦ୍ୟ ପ୍ରସ୍ତୁତ ବିଭିନ୍ନ ପୃଷ୍ଟିକର ଖାଦ୍ୟ ପଦାର୍ଥ କୁ ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ମୂଲ୍ୟାୟନ କରାଯାଇଥିଲା ଏଵଂ ବିଜୟୀ ସ୍ବୟଂସହାୟକ ଗୋଷ୍ଠୀର ମାଆ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦେଵଦୂତ ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି,ବୈ।ଦ୍ଧ, ସଵ୍ୟସାଚୀ ଦାସ ଗୋଷ୍ଠୀ କୃଷି ଅଧିକାରୀ, ହରଭଙ୍ଗା, ନିରୁପମା ପାଣି, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ହରଭଙ୍ଗା, ପଲ୍ଲବୀ ମଙ୍ଗରାଜ, ଵିପିସି, ମିଶନ ଶକ୍ତି, ଵେଣୁଧର ମହାପାତ୍ର,ବିପିଏମ, ଓଡ଼ିଶା ଜୀବିକା ମିଶନ,ରଶ୍ମିତା ଦାସ, ବିପିଏସିଏ , କ୍ଷେତ୍ର ପରିଦର୍ଶିକା ଵୃନ୍ଦ, କୃଷି, ଶିକ୍ଷା ଓ ପ୍ରାଣୀ ବିଭାଗର କର୍ମକର୍ତ୍ତା,ଏ. ଏନ. ଏମ, ସିଏଚଓ ଙ୍କ ସମେତ ଵ୍ଳକ ମହାସଂଘର ସଭ୍ୟା, ବିଭିନ୍ନ କ୍ୟାଡ଼ର, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସ୍ବୟଂସହାୟକ ଗୋଷ୍ଠୀର ମାଆ ମାନେ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories