www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ସେନା ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍‌‌ ହୋଇଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୨ ରୁ ୩ ଜଣ ଥିବା ନେଇ ସୂଚନା ମିଳିଛି। ଏକ ଦୁର୍ଗମ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇରୁ ତିନି ଜଣ ଥିଲେ। ଦୁର୍ଘଟଣା ଜଣା ପଡିବା ମାତ୍ରେ ପୁଲିସ ଏବଂ ସେନା ଦଳ ଘଟଣାସ୍ଥଳକୁ ଚାଲି ଯାଇଛନ୍ତି। ଉଦ୍ଧାର କାର୍ୟ୍ୟ ଚାଲିଛି।
ସୂଚନାନୁସାରେ, ଗୁରୁବାର ସକାଳେ କିଶୋର ଜିଲ୍ଲାର ମାରୱା ଅଞ୍ଚଳରେ ସେନାର ଏଏଲଏଚ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏବଂ ସେନାକୁ ମଧ୍ୟ ସୂଚନା ଦିଆଯାଇଥିଲା। ଦୁର୍ଘଟଣା ସହ ଜଡିତ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କ୍ଷତିଗ୍ରସ୍ତ ହେଲିକପ୍ଟର ନିକଟରେ କିଛି ଲୋକ ଏକାଠି ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଚାଲିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories