www.samajalive.in
Saturday, December 6, 2025
16.1 C
Bhubaneswar

ସାପକାମୁଡାରେ ଆଖିବୁଜିଲେ କଲେଜ ଛାତ୍ରୀ

ହରଭଙ୍ଗା : ଆଖିରେ ଥିଲା ଆଖିଏ ସ୍ୱପ୍ନ। ପାଠପଢି ଉଚ୍ଚଶିକ୍ଷୀତ ହୋଇ ଗରିବ ମାଆ,ବାପାଙ୍କ କଷ୍ଟ ଦୂର କରିବେ ବୋଲି ପଣ କରିଥିଲେ। ଜଣେ ଶିକ୍ଷୟତ୍ରୀ ହୋଇ ଆଦିବାସୀ ପିଲାଙ୍କୁ ପାଠପଢାଇ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ମଧ୍ୟ ତାଙ୍କର ସ୍ୱପ୍ନ ଥିଲା।ସବୁ ଆଶା ଆଶାରେ ରହିଗଲା। ରାତିରେ ଘରେ ଶୋଇଥିବାବେଳେ ଏକ ବିଷଧର ସାପ କାମୁଡାରେ ଶେଷରେ ଆଖି ବୁଜିଛନ୍ତି ଆଦିବାସୀ ବର୍ଗର ଶର୍ମୀଳା କହଁର(୧୭) ଭଳି ଜଣେ କଲେଜ ଛାତ୍ରୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ଆଦିବାସୀ ବହୁଳ ହରଭଙ୍ଗା ବ୍ଲକର ଆଡେଣିଗଡ ପଂଚାୟତର ବାରିଙ୍ଗ ଗ୍ରାମରେ। ମାତା କସ୍ତୁରୀ କହଁର ଏବଂ ପିତା ମୂରଲୀ କହଁରଙ୍କ ତୃତୀୟ ଝିଅ ଥିଲେ ଶର୍ମୀଳା। ମଙ୍ଗଳବାର ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପକାମୁଡିଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଖଜୁରୀପଡା ପରେ କନ୍ଧମାଳ ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଭର୍ତୀ କରିଥିଲେ। ବୁଧୁବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପରିବାର ,ର୍ପିୟଜନ, ଜଣାଶୁଣା ମହଲରେ ଶୋକରଛାୟା ଖେଳାଇ ଦେଇଛି। ଶର୍ମୀଲା ଗତ ମାଟ୍ରିକ ପରୀକ୍ଷାରେ ୪୪୬ ନମ୍ବର ରଖି ପାଶ୍ କରିଥିଲେ।ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପାଠପଢୁଥିବା ଜଣାପଡିଛି। ୩ ଭଉଣୀ ଏବଂ ଗୋଟିଏ ଭାଇ ମଧ୍ୟରେ ସର୍ମୀଳା ଥିଲେ ତୃତୀୟ। ତାଙ୍କର ମୃତ୍ୟୁ ଗରିବ ବୃଦ୍ଧ /ବାପା ମାଙ୍କୁ ଆତ୍ମହରା କରିଛି। ତୁରନ୍ତ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories