www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗା ହାଇସ୍କୁଲ ପରିଚାଳନା କମିଟି ଗଠନରେ ଅନିୟମିତତା ପ୍ରସଙ୍ଗ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ସରକାରୀ ନୋଡାଲ ହାଇସ୍କୁଲ ପରିଚାଳନା କମିଟି ଗଠନରେ ଅନିୟମିତତା ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ ଦାୟିତ୍ୱ ବ୍ଲକ ଶିକ୍ଷାଧିକାରୀ ଏବଂ ପୁରୁଣାକଟକ ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଯୁଗ୍ମ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଦଳ ତାଙ୍କ ରିପୋର୍ଟରେ ପରିଚାଳନା କମିଟି ଗଠନ ପାଇଁ ଆବଶ୍ୟକୀୟ ଶିକ୍ଷକ ଓ ଅଭିଭାବକ ବୈଠକ ଅକ୍ଟୋବର ୨୬ ଏବଂ ୨୭ତାରିଖରେ ହୋଇନଥିବା ଦର୍ଶାଇଥିଲେ।ବିଭାଗୀୟ ଉଚ୍ଚକତୃପକ୍ଷଙ୍କ ବିନା ଅନୁମତିରେ ସୁନିଲ ଗୁପ୍ତାଙ୍କ ଝିଅ ସୋନାଲି ଗୁପ୍ତା ଗତ ୨୭ଅକ୍ଟୋବରରେ ହରଭଙ୍ଗା ହାଇସ୍କୁଲରେ ନାମ ଲେଖାଇଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି।

୨୭ ଅକ୍ଟୋବରରେ ଝିଅର ନାମ ଲେଖା ପରେ ୨୮ ଅକ୍ଟୋବରରେ ଅର୍ଥାତ୍ ତାପରଦିନ ପରିଚାଳନା କମିଟି ଗଠନ କରାଯାଇଛି ଏବଂ କମିଟି ସଭାପତି ଭାବେ ସୁନିଲ ଗୁପ୍ତା ମନୋନୀତ ହେବା ହାଇସ୍କୁଲ ପ୍ରଧାନଶିକ୍ଷକ ମନ୍ଦ ଉଦେଶ୍ୟ ବୋଲି ଚିଠିରେ ସଫା ସଫା ଦର୍ଶାଯାଇଛି। ଏହିସବୁ ରିପୋର୍ଟକୁ ଆଧାରକରି ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ପତ୍ର ସଂଖ୍ୟା ୨୮୭୫/୨୦/୦୭/୨୨ରେ ହରଭଙ୍ଗା ସରକାରୀ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ଭଙ୍ଗ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।କମିଟି ଭଙ୍ଗ ପରେ ହରଭଙ୍ଗା କ୍ଲଷ୍ଟର ଦାୟିତ୍ୱରେଥିବା ସି.ଆର.ସି.ସିଙ୍କୁ ସ୍କୁଲର ଯୁଗ୍ମ ବ୍ୟାଙ୍କ ଖାତା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ସହିତ ମିଶି ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଯାହାଦ୍ୱାରା ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସୁବିଧାରେ ଚାଲିପାରିବ ବୋଲି ଚିଠିରେ ସଫା ସଫା ଦର୍ଶାଯାଇଛି।ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ନିଷ୍ପତିକୁ ବୁଦ୍ଧିଜୀବି ,ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories