www.samajalive.in
Friday, December 5, 2025
20.1 C
Bhubaneswar

ନ୍ୟାସନାଲ ହେରାଲ୍ଡ ମାମଲା ; ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହାଜର ହୋଇଛନ୍ତି। ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପଚରାଉଚରା କରାଯାଇଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ହଜାର ହେବାକୁ ନୋଟିସ୍‍ କରିଥିଲା।
ସୂଚନା ଯୋଗ୍ୟ, କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ।
କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ଯ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରିଥିଲା। ଇଡି ସୋନିଆଙ୍କୁ କହିଥିଲା ଯେ, ସେ ଅର୍ଥ ହେରଫେର ମାମଲାରେ ଜୁଲାଇ ଶେଷ ଆଡ଼କୁ କୌଣସି ଦିନ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ଼ କରାଇବେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରାଯାଇଥିଲା। ଏହି ସମୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories