ଆସନ୍ତାକାଲି ହରଭଙ୍ଗାରେ ଭୋଟ ଗଣତି

ହରଭଙ୍ଗା : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ତିନୋଟି ପର୍ଯ୍ୟାୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହେବ।ଶନିବାର ପ୍ରଥମ ପର୍ଯ୍ୟାୟ ଗଣନାରେ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ୍  ୭ଟି ପଂଚାୟତର ୬୮ ୱାର୍ଡସଭ୍ୟ,୨୯ଜଣ ସରପଂଚ,୨୩ ସମିତି ସଭ୍ୟ ଏବଂ ୩ଜଣ ଜିଲ୍ଲାପରିଷଦ ସଭ୍ୟ ଭଳି ମୋଟ ୧୨୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ସାତୋଟି ପଂଚାୟତ ମଧ୍ୟରୁ ବାମଣ୍ଡାର ୧୩ଜଣ ୱାର୍ଡସଭ୍ୟ,୩ଜଣ ସରପଂଚ/୨ଜଣ ସମିତି ସଭ୍ୟ,ବନ୍ଧାପଥରର୧୦ଜଣ ୱାର୍ଡ ସଭ୍ୟ, ୪ଜଣ ସରପଂଚ/୩ଜଣ ସମିତି ସଭ୍ୟ,ବୀରନରସିଂହପୁରର ୧୨ ଜଣ ୱାର୍ଡସଭ୍ୟ, ୮ଜଣ ସରପଂଚ/୩ଜଣ ସମିତି ସଭ୍ୟ,ମଥୁରା ୪ଜଣ ୱାର୍ଡସଭ୍ୟ, ୪ଜଣ ସରପଂଚ/୪ଜଣ ସମିତି ସଭ୍ୟ,ରାଧାନଗରର ୨ଜଣ ୱାର୍ଡସଭ୍ୟ,୩ଜଣ ସରପଂଚ/୪ଜଣ ସମିତି ସଭ୍ୟ ,ସାମ୍ପୋଚର ୧୧ଜଣ ୱାର୍ଡସଭ୍ୟ, ୩ଜଣ ସରପଂଚ/୩ଜଣ ସମିତି ସଭ୍ୟ ଏବଂ ସରସରାର ୧୬ଜଣ ୱାର୍ଡ ସଭ୍ୟ,୪ଜଣ ସରପଂଚ/୪ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ସେହିପରି ୩ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାପଡିଛି।ଭୋଟଗଣତି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଥିବା ହରଭଙ୍ଗା ବି.ଡି.ଓ ଶ୍ମିତା ରଥ ସୂଚନା ଦେଇଛନ୍ତି।ଏଥିପାଇଁ ୮ଟି ଟେବୁଲ ଆୟୋଜନ କରାଯାଇଛି। ପ୍ରଥମେ ୱାର୍ଡମେମ୍ବର ପରେ ସରପଂଚ ,ସମିତି ସଭ୍ୟ ଶେଷରେ ଜିଲ୍ଲାପରିଷଦ ସଭ୍ୟଙ୍କ ପାଇଁ ଗଣତି ହେବ। ଏଥିପାଇଁ ଗଣନା ଅଧିକାରୀଙ୍କ ନିକଟରେ ଜଣେ ଜଣେ ଏଜେଂଟ କିମ୍ବା ପ୍ରାର୍ଥୀଙ୍କ ଉପସ୍ଥିତ ରହିବାକୁ କୁହାଯାଇଛି। ସକାଳ ୮ରୁ ଗଣତି ଆରମ୍ଭ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.