www.samajalive.in
Saturday, December 6, 2025
14.1 C
Bhubaneswar

ରୁଷ୍‌ର ୮୦୦ ସୈନିକ ନିପାତ କରିଥିବା ୟୁକ୍ରେନର ଦାବି

କିଭ୍‌ : ରୁଷ୍‌-ୟୁକ୍ରେନ ଯୁଦ୍ଧ ଜଟିଳତା ଆଡ଼କୁ ଗତି କରୁଛି। ଆକ୍ରମଣରେ ଏଯାଏଁ ଅନେକ ଲୋକଙ୍କ ଜୀବନ ଗଲାଣି। ଏପେଟେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଯୁଦ୍ଧରେ ୟୁକ୍ରେନ୍‌ର ସଶସ୍ତ୍ରବାହିନୀ ରୁଷ୍‌ର ୮୦୦ ସୈନିକଙ୍କୁ ନିପାତ କରିଛନ୍ତି। ୟୁକ୍ରେନ ସେନା କମାଣ୍ଡର-ଇନ୍‌-ଚିଫ୍‌ ଭାଲେରୀ ଜାଲୁଜାନୀ ଦାବି କରିଛନ୍ତି ଯେ, ରୁଷ୍‌ ସେନାର ୨୫ ସୈନିକ ୟୁକ୍ରେନ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହା ବ୍ୟତୀତ, ୭ଟି ରୁଷୀୟ ଲଢୁଆ ବିମାନ ଓ ୬ଟି ହେଲିକପ୍ଟର୍‌ ସମେତ ୩୦ ରୁଷୀୟ ଟ୍ୟାଙ୍କ୍‌କୁ ଧ୍ବଂସ କରିଦିଆଯାଇଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ, ରୁଷ୍‌ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରୁଷ୍‌ ସହ ଲଢିବା ପାଇଁ ୟୁକ୍ରେନ ସେନା ଏକଜୁଟ କରିବାରେ ଲାଗିଛି। ଏହା ପୂର୍ବରୁ ୟୁକ୍ରେନ ପକ୍ଷରୁ କୁହାଯାଇଥିଲା ଯେ ଏହି ଯୁଦ୍ଧରେ ତାକୁ ଏକା ଛାଡ଼ି ଦିଆଯାଇଛି। ସେନାକୁ ସାହାଯ୍ୟ କରିବା ପାଇଁ ୟୁକ୍ରେନ ମଧ୍ୟ ନିଜ ନାଗରିକଙ୍କୁ ୧୦ ହଜାର ଆକ୍ରମଣକାରୀ ରାଇଫଲ ବଣ୍ଟନ କରିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories