ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ଭୈରବୀ ମନ୍ଦିର ନିର୍ମାଣ କାର୍ଯ୍ୟ ସୋମବାର ପରିଦର୍ଶନ କରିଛନ୍ତି। ଏହା ସହିତ ଏହାର ଅଗ୍ରଗତି ଉପରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ଦାସ, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଏବଂ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ। ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଦାସ, କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ, ମନ୍ଦିର ପରିଚଳନା କମିଟି ସଭାପତି ସୁରେନ କୁମାର ପ୍ରଧାନ, ସମିତି ସଭ୍ୟ ସରୋଜ ପ୍ରଧାନ, ଗରୁଡ଼ ପ୍ରଧାନ, ଶେଳେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



