www.samajalive.in
Saturday, December 6, 2025
26.1 C
Bhubaneswar

ଫେବ୍ରୁଆରୀ ୧୭ ବେଳକୁ ବର୍ଷା ; ପୁଣି କମିବ ତାପମାତ୍ରା!

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଉତ୍ତର ଭାରତର ଅନେକ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାମଧ୍ୟରେ ରାତି ତାପମାତ୍ରା ମଧ୍ୟ ୭ ଡିଗ୍ରୀରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୪ ଦିନରେ ତାପମାତ୍ରା ବୃଦ୍ଧି ପାଇପାରେ। ମାତ୍ର ଫେବ୍ରୁଆରୀ ୧୭ ବେଳକୁ ପୁଣି ଥରେ ଉତ୍ତର ଭାରତର ଅନେକ ଅଞ୍ଚଳରେ ପାଶ୍ଚାତ୍ୟ ବିଶୃଙ୍ଖଳା ସକ୍ରିୟ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କେବଳ ପ୍ରବଳ ବର୍ଷା ନୁହେଁ ବରଂ ପାହାଡିଆ ଅଞ୍ଚଳରେ ବରଫ ବର୍ଷା ସହ ଅନେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ପାଶ୍ଚାତ୍ୟ ବିଶୃଙ୍ଖଳା ସକ୍ରିୟ ରହିବା ପରେ ପୁଣି ଥରେ ତାପମାତ୍ରାରେ ହ୍ରାସ ହେବ।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, କିଛି ସ୍ଥାନରେ ପ୍ରବଳ ବର୍ଷା ,ପାହାଡିଆ ଅଞ୍ଚଳରେ ବରଫ ବର୍ଷା ସହ ଅନେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାସହ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଚଳିତ ସପ୍ତାହ ଶୁକ୍ରବାର ଠାରୁୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଦେଖାଦେବ। ବର୍ତ୍ତମାନ ସମୟରେ ଉତ୍ତର ଭାରତରେ ରାତି ତାପମାତ୍ରା ୭ ଡିଗ୍ରୀରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ଏହି ସପ୍ତାହ ଶେଷ ବେଳକୁ ପାଶ୍ଚାତ୍ୟ ବିଶୃଙ୍ଖଳା ଫଳରେ ତାପମାତ୍ରା ପୁଣି ଥରେ ହ୍ରାସ ହୋଇପାରେ। ଏକଦମ୍‌‌ ତାପମାତ୍ରା କମିବା ନେଇ ବର୍ତ୍ତମାନ କହିବା ସମ୍ଭବ ନୁହେଁ ବୋଲି ମହାନିର୍ଦ୍ଦେଶକ କହିଛନ୍ତି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories