nua o banner

ଫିଟୁଛି ଗୁମର ; ନିର୍ମାଣ ଚାଲିଛି ନକଲି ପଥର ବନ୍ଧ

BJD Bijuli 480×75 Mob

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜ  ଅଧିନରେ ହୋଇଥିବା କାମ୍ପା ଘୋଟାଲା ଦୁର୍ନୀତିର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ଏଭଳି ସାଂଘାତିକ ଦୁର୍ନୀତିରେ ସମ୍ପୃକ୍ତ ପୂର୍ବତନ ରେଞ୍ଜର ଏବଂ ବର୍ତମାନର ବନରକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ନକଲି ପଥର ବନ୍ଧ (ଚେକ ଡ୍ୟାମ) ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି। କେବଳ ନାଳ ଶଯ୍ୟାରେ ହାତ ଗଣିତି ୫୦ରୁ ୬୦ ଖଣ୍ଡ ପଥରରେ ନକଲି ପଥର ବନ୍ଧ(ଚେକ ଡ୍ୟାମ) ନିର୍ମାଣ କରାଯାଇ ଦିନ ବେଳେ ବନବିଭାଗ ଲୋକଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜିବା ଭଳି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି।
ନାଳ ନମ୍ବର (୧)ରେ ୨୫ ନମ୍ବର ନକଲି ଚେକ୍ ଡ୍ୟାମ ନିର୍ମାଣ କରାଯାଇ କେବଳ କିଛି ହାତଗଣତି ପଥର ଖଣ୍ଡ ଥାକେଇ ଦିଆଯାଇଛି।  ପୁରା ଷ୍ଟ୍ରକଚର (ନମୁନା ନିର୍ମାଣ) କରାଯାଇନାହିଁ । ଏପରିକି ପଥର ଧୋଇନହେବା ପାଇଁ ଲୁହାତାର ଜାଲିର ଆବରଣ ମଧ୍ୟ ଦିଆ ଯାଇନାହିଁ। ମାତ୍ର ପାଖରେ ନିର୍ମାଣ ହୋଇଥିବା ନାଳ ନମ୍ବର ୧ରେ ୧୨ନମ୍ବର ଚେକ ଡ୍ୟାମକୁ ଦେଖିଲେ ଅସଲି ଏବଂ ନକଲି ମଧ୍ୟରେ ଥିବା ଫରକକୁ ବୁଝି ହୋଇ ଯାଉଛି। ଏଭଳି ୨୮ଟି ନକଲି ଚେକ ଡ୍ୟାମ ନିର୍ମାଣ କରି ଜଙ୍ଗଲ ବିଭାଗ ଗୋଟିଏ ଦୁର୍ନୀତିକୁ ଲୁଚାଇବା ପାଇଁ ଗୋଟିଏ ପରେ ଗୋଟିଏ ଦୁର୍ନୀତିରେ ଛନ୍ଦି ହେଲା ଭଳି କାର୍ଯ୍ୟ ଚଳେଇଥିବା ଅଭିଯୋଗ ହୋଇଛି। ଏ ଦିଗରେ ଦୁର୍ନୀତି ନିବାରଣ ବିଭାଗ ଏବଂ ବିଭାଗୀୟ ପିସିସିଏଫଙ୍କ ପକ୍ଷରୁ ତୁରନ୍ତ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସବୁ ମହଲରେ ଦାବୀ ଉଠୁଛି।
ସୂଚନା ଥାଉ କି, ପୁରୁଣାକଟକ ଫରେଷ୍ଟ ରେଞ୍ଜ  ଅର୍ନ୍ତଗତ ହରଭଙ୍ଗା ସେକସନର ଆରାଗଡ ସଂରକ୍ଷିତ ଜଙ୍ଗଲରେ ଶଙ୍କୁଲେଇ ବିଟର ୬ନମ୍ବର କମ୍ପାଟମେଂଟ ଏବଂ ବୁଲୁରା ବିଟ୍ ର ୭ ନମ୍ବର କାମ୍ପାଟଂମେଂଟର ଗତ ବର୍ଷ କାମ୍ପା ଯୋଜନାରେ ମୃତିକା ଓ ଆର୍ଦ୍ରତା ସଂରକ୍ଷଣ(ଏସଏମସି) କାମ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ କରାଯାଇଛି। ମାତ୍ର ମଷ୍ଟରରୋଲରେ ତଚଂକତା କରାଯାଇ ଶ୍ରମିକ ତାଲିକାରେ ଜଣେ ଦିବ୍ୟାଙ୍ଗ, ଜଣେ ୮୪ବର୍ଷୀୟା ବାର୍ଦ୍ଧକ୍ୟ ହିତାଧିକାରୀଙ୍କ ସହିତ ଡାକ କର୍ମଚାରୀ ଏବଂ କଲେଜ ଛାତ୍ରଙ୍କ ନାଁରେ ମିଥ୍ୟା ବିଲ କରି ଟଙ୍କା ଆତ୍ମସାତ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ଦୁର୍ନୀତିର ଗନ୍ଧ ପଦାକୁ ଆସିଥିଲା। ଖାଲି ସେତିକି ନୁହେଁ ଏହି ଯୋଜନାରେ ବ୍ୟୟବରାଦ ପାଇଁ ରହିଥିବା ୭୦ଲକ୍ଷ ଟଙ୍କାରୁ ମାତ୍ର ହାତ ଗଣତି କେତୋଟି ଚେକ ଡ୍ୟାମ ନିର୍ମାଣ କରାଯାଇ ବନପାଳଙ୍କ ବିନା ଚେକ ମେଜର ମେଂଟରେ ପୂର୍ବତନ ରେଞ୍ଜ  ଅଫିସର ନିଜେ ଦସ୍ତଖତ କରି ଅର୍ଥ ବାଟମାରଣା ଘଟଣା ସାମନାକୁ ଆସିଥିଲା। ବନ ବିଭାଗ ପକ୍ଷରୁ କାମ୍ପା ଯୋଜନାରେ ଏଭଳି ବଡଧରଣର ଦୁର୍ନୀତିର ପୋଲ ସୂଚନା ଅଧିକାର ତଥ୍ୟ ଖୋଲିଥିବା ବେଳେ ଘଟଣାର ଏକମାସ ପରେ ମଧ୍ୟ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଉଚ୍ଚ କତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି।

Comments are closed.