www.samajalive.in
Saturday, December 6, 2025
23.1 C
Bhubaneswar

ମାଟିରେ ମିଶିଲାଣି ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟ

ହରଭଙ୍ଗା : ହରଭଙ୍ଗାଠାରେ ଥିବା ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟଟି ବର୍ତମାନ ମାଟିରେ ମିଶିବା ସ୍ଥିତିରେ ପଂହଚିଲାଣି।ପାଖାପାଖି୧୫ ବର୍ଷରୁ ଉଦ୍ଧ୍ୱ ସମୟ ଧରି କାର୍ଯ୍ୟାଳୟଟି ବନ୍ଦ ହୋଇପଡିବା ଫଳରେ ଏଠାରେ ରହିଥିବା ପୁରୁଣା ପାଣିପମ୍ପ ଗୁଡିକ ବହୁବର୍ଷ ତଳେ ଚୋରି ହୋଇ ଯାଇଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ବହୁବର୍ଷ ପୂର୍ବେ ମହାନଦୀର ବିଭିନ୍ନ ଘାଟରୁ ଉଠାଜଳ ସେଚନ ପଏଂଟ ମାଧ୍ୟମରେ ନଦୀ ଉପତ୍ୟକାରେଥିବା ଚାଷଜମି ଗୁଡିକରେ ଜଳସେଚନ ସୁବିଧା କରାଯାଇ ଧାନ, ଗହମ, ଆଖୁ, ମକା, ପନିପରିବା ଭଳି ଅର୍ଥକାରୀ ଫସଲ ଚାଷକରି ଚାଷୀକୂଳ ରୋଜଗାରକ୍ଷମ ହୋଇ ପାରୁଥିଲେ। ହରଭଙ୍ଗା ଶିବ ମନ୍ଦିର ନିକଟରେ ଏକ ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟ ରହିଥିଲା। ଏହି କାର୍ଯ୍ୟାଳୟ ଅଧିନରେ ଜଣେ ଓଭରସିଅର ନିଯୁକ୍ତି ପାଇବା ସହିତ ଜଣେ ଇଲେକ୍ଟ୍ରିସିଆନ,ଜଣେ ଅମିନଙ୍କ ସହିତ ୫ଜଣ ପମ୍ପଚାଳକ ରହିଥିଲେ। ରାମଗଡ, ଉଆଁଳ, କଙ୍କଲା, ସଦଲଗଣ୍ଡା, ରାଉତପଡା, ସୁରୁଣ୍ଡି, ହରଭଙ୍ଗା, କୁଶାସିଙ୍ଗା, କୁମାରୀ, ଅତଲସରା, ଧଳପୁର, ଖଣ୍ଡିଧଳପୁର, ତେନ୍ତୁଳିପଦର, ପାଣିଘରା, ଭେଜିଗୁଡା, ଡିଆଁଘାଟ, କୋଡାଶିଙ୍ଗା, ତିରଡ, ଶିଶୁ ବଗିଚା ଭଳି ୨୯ଟି ସ୍ଥାନରେ ଉଠାଜଳସେଚନ ପଏଂଟରୁ ବଡ ବଡ ପାଣି ପମ୍ପ ସାହାଯ୍ୟରେ ପାଣି ଉଠାଇ ନଦୀକୂଳିଆ ଜମିରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷ କରାଯିବା ପାଇଁ ସୁବିଧା କରାଯାଇଥିଲା।
ମାତ୍ର ଧିରେ ଧିରେ ମହାନଦୀଶଯ୍ୟା ବାଲିରେ ପୋତିହେବା ଫଳରେ ପାଣି ପଏଂଟ ଗୁଡିକରେ ପାଣି ଅଭାବ ଦେଖାଦେଇଥିଲା।ଯାହା ଫଳରେ ଗୋଟିଏ ପରେ ଗୋଟିଏ ପଏଂଟ ବନ୍ଦ ହୋଇପଡିବା ସହିତ ଅଫିସ ମଧ୍ୟ ବନ୍ଦ ହୋଇଗଲା। ଯାହାଦ୍ୱାରା ନଦୀ କୂଳିଆ ଚାଷ ଜମିରେ ଚାଷ ପାଇଁ ପାଣି ସୁବିଧା ହୋଇନ ପାରିବାରୁ ଚାଷୀଙ୍କ ରୋଜଗାରରେ ଅନ୍ତରାୟ ସୃଷ୍ଟିହେଲା। ମାତ୍ର ଧିରେ ଧିରେ ବିଭିନ୍ନ ସ୍ଥାନରେ ଉଠାଜଳସେଚନ ପଏଂଟ କାର୍ଯ୍ୟକ୍ଷମ ହେଉଥିବା ବେଳେ ହରଭଙ୍ଗା ଉଠାଜଳସେଚନ ପଏଂଟ କିଭଳି ପୁନଃ କାର୍ଯ୍ୟକ୍ଷମ ହେବ ସେ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏସବୁ ପଏଂଟ ଗୁଡିକ କାର୍ଯ୍ୟକ୍ଷମ ହେଲେ ନଦୀ କୂଳିଆ ଉର୍ବର ପଟୁ ଜମିରେ ବିଭିନ୍ନ ଅର୍ଥକାରୀ ଫସଲ ହସି ଉଠିବା ସହିତ ଚାଷୀଙ୍କ ରୋଜଗାରରେ ବେଶ ସହାୟକ ହେବ। ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories