ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ସାରାଡିଖୋଲ ଜଙ୍ଗଲରୁ ହରଭଞ୍ଜ ଆଇ. ଆଇ. ସି ନଳିନୀ ଦାସଙ୍କ ନେତୃତ୍ୱରେ ୧୦ଏକର ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଗଞ୍ଜେଇ ଗଛ କଟାଯାଇଥିବା ଜଣାପଡିଛି । ଗଛ କଟା କାର୍ଯ୍ୟରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହିତ ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ କର୍ମଚାରୀ ସାମିଲ ଥିଲେ। ସୂଚନା ଥାଉ କି ଏହା ପୂର୍ବରୁ କୁଟୀଗାଡୁ ଅଞ୍ଚଳରୁ ଦୁଇଟି ଦଫାରେ ୨୦ଏକର ଅଞ୍ଚଳରୁ ଗଞ୍ଜେଇ ଗଛ କାଟି ସଫା କରିଥିଲେ। ହରଭଙ୍ଗା ପୁଲିସର ଅପରେସନ ଗ୍ରୀନକୁ ଅଞ୍ଚଳର ଜନସାଧାରଣ ଭୁୟସୀ ପ୍ରଂଶସା କରିଛନ୍ତି।
Popular Categories



